30.1 C
Bhubaneswar
Monday, May 20, 2024
Homeଓଡିଶାହୀରାକୁଦର ୨୦ ଗେଟ ଖୋଲା

ହୀରାକୁଦର ୨୦ ଗେଟ ଖୋଲା

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଉ ୨ଟି ଗେଟ ଖୋଲିଛି । ବର୍ତମାନ ହୀରାକୁଦ ଡ୍ୟାମରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ସମ୍ଭାବ୍ୟ ବନ୍ୟା ନେଇ ମହାନଦୀ ଅବବାହିକାର ସମସ୍ତ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ମିଳିଛି । ତଳ ମୁଣ୍ଡରେ ବର୍ଷା ହେଊ ନ ଥିବାରୁ ବନ୍ୟା ସମ୍ଭାବନା ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking