28.1 C
Bhubaneswar
Thursday, September 19, 2024
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ କରିବା ଟ୍ୟୁସନ୍ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ଛାତ୍ରୀଙ୍କୁ ଅସଦାଚରଣ କରିବା ଟ୍ୟୁସନ୍ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଆଜି ଜଣେ ଟ୍ୟୁସନ୍ ଶିକ୍ଷକଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ନାଲକୋ ଟାଉନସିପ୍‌ରେ ଭଡ଼ାରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୪୬) ନାମକ ଜଣେ ଟ୍ୟୁସନ୍ ଶିକ୍ଷକ ବୁଧବାର ସକାଳେ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଟିଉସନ କରିବାକୁ ଯାଇ ଅସାଦଚଣର କରିଥିଲେ । ଛାତ୍ରୀଙ୍କ ମା’ ଘରେ ଅନ୍ୟ କାମରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଶିକ୍ଷକ ଏଭଳି କାର୍ଯ୍ୟ କରିଥିଲେ । ପରେ ଭୟରେ ଛାତ୍ରୀ ଜଣକ ଘରେ କାହାକୁ କହିନଥିଲେ । ତେବେ ଗୁରୁବାର ଟ୍ୟୁସନ୍ ଶିକ୍ଷକ ଆସିବାରୁ ଛାତ୍ରୀ ଜଣକ ଟ୍ୟୁସନ୍ ହେବିନାହିଁ ବୋଲି ତାଙ୍କ ମା’ଙ୍କୁ ମନାକରି କାନ୍ଦିଥିଲେ । କାରଣ ପଚାରିବାରୁ ଛାତ୍ରୀ ସମସ୍ତ ଘଟଣା ମା’ଙ୍କୁ କହିଥିଲେ । ଏହାପରେ ଛାତ୍ରୀଙ୍କ ମା’ ଗୁରୁବାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଟ୍ୟୁସନ୍ ଶିକ୍ଷକ ପ୍ରାଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking