21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଗାଜା ଷ୍ଟ୍ରିପ୍ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଗାଜା ଷ୍ଟ୍ରିପ୍ ନିଜ ଅକ୍ତିଆରକୁ ନେବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ୍ ଫେବ୍ରୁଆରୀ ୪ ତାରିଖ ଅର୍ଥାତ୍ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନ ନାଗରିକଙ୍କୁ ଶତ ପ୍ରତିଶତ ଅପସାରଣ କରି ଏହାକୁ ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଟ୍ରମ୍ପ୍ କହିଛନ୍ତି ଯୁଦ୍ଧ ସମୟରେ ଗାଜା ଷ୍ଟ୍ରିପ୍‌ର ଅସ୍ତିତ୍ୱ ହଜିଯାଇଛି। ଏହାକୁ ପୁନଃ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି। ଏହି କାର୍ଯ୍ୟ ଆମେରିକା ନିଜ ହାତକୁ ନେବାକୁ ଚାହୁଁଛି। ଆବଶ୍ୟକ ସ୍ଥଳେ ନିଜ ସେନାଙ୍କୁ ମଧ୍ୟ ସେ ଏଠାକୁ ପଠାଇବେ ଏବଂ ପାଲେଷ୍ଟାଇନୀୟଙ୍କୁ ଏଠାରୁ ଅପସାରଣ କରିବେ।

ଟ୍ରମ୍ପ୍ କହିଛନ୍ତି, ଆମେରିକା ଗାଜା ଷ୍ଟ୍ରିପ ଦଖଲ କରିବ ଏବଂ ଆମେ ଏଠାରେ କାମ କରିବୁ। ଆମେ ଏହାର ମାଲିକାନା ନେବୁ ଏବଂ ସମସ୍ତ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାର ଦାୟିତ୍ୱ ନେବୁ। ଆମେରିକା ଏହି ଅଞ୍ଚଳରେ ଧ୍ୱଂସପ୍ରାପ୍ତ କୋଠାଗୁଡ଼ିକର ଭଗ୍ନାବଶେଷ ସଫା କରିବ ଏବଂ ଏହା ପରେ ଆର୍ôଥକ ବିକାଶ ଦିଗରେ କାର୍ଯ୍ୟ କରିବ। ତେବେ ଟ୍ରମ୍ପ୍‌ଙ୍କ ଏହି ଯୋଜନା ସଫଳ ହେଲେ ଏହା ଅନ୍ତର୍ଗତ ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୧୪୦ ବର୍ଗ ମାଇଲ ପରିବ୍ୟାପ୍ତ ଏହି ଗାଜା ଷ୍ଟ୍ରିପ୍ ଉପରେ ଆମେରିକାର ଏକଚାଟିଆ ଅଧିକାର ହୋଇଯିବ ବୋଲି ଆଶଙ୍କା କରାଯାଉଛି। ସୁତରାଂ ଟ୍ରମ୍ପଙ୍କ ଏହି ଯୋଜନାକୁ ନେଇ ଆରବ ଦେଶ, ଡେମୋକ୍ରାଟିକ୍ ପାର୍ଟି ଏପରିକି ନିଜ ଦଳ ରିପବ୍ଲିକ୍ ପାର୍ଟିର ଅନେକ ସାଂସଦମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନିନ୍ଦା ମଧ୍ୟ କରିଛନ୍ତି।

ଡେମୋକ୍ରାଟିକ୍ ସେନେଟର କ୍ରିସ୍ ମର୍ଫି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଗାଜାରେ ଆମେରିକାର ଆକ୍ରମଣ ଫଳରେ ହଜାର ହଜାର ଆମେରିକୀୟ ସୈନିକଙ୍କ ହତ୍ୟା ହେବ ଏବଂ ମଧ୍ୟପ୍ରାଚ୍ୟରେ ଏକ ନୂତନ ଯୁଦ୍ଧ ଆରମ୍ଭ ହେବ ଯାହା ଦଶନ୍ଧି ଧରି ଚାଲିପାରେ। ଏହା ଏକ ଖରାପ ଚିନ୍ତାଧାରା। ପ୍ରକାଶ, ଗତ ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପ୍ରକାରର ଯୁଦ୍ଧର ଚିନ୍ତାଧାରାକୁ ସମାଲୋଚନା କରୁଥିଲେ, କିନ୍ତୁ ରାଷ୍ଟ୍ରପତି ହେବା ପରେ ସେ ଗ୍ରୀନଲ୍ୟାଣ୍ଡ, କାନାଡା, ପାନାମା କେନାଲ ଏବଂ ଏବେ ଗାଜା ଷ୍ଟ୍ରିପକୁ ଦଖଲ କରିବା ବିଷୟରେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking