29.1 C
Bhubaneswar
Saturday, July 27, 2024
Homeଓଡିଶାସ୍କୁଟିକୁ ପିଟିଲା ଟ୍ରକ୍ : ଯୁବକ ମୃତ

ସ୍କୁଟିକୁ ପିଟିଲା ଟ୍ରକ୍ : ଯୁବକ ମୃତ

ଭୁବନେଶ୍ବର: ରସୁଲଗଡ ଛକ ନିକଟ ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟି କୁ ପିଟିଲା ଟ୍ରକ । ଦୁର୍ଘଟଣାରେ ସ୍କୁଟି ଆରୋହୀ ମୃତ । ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଲେ ପ୍ରତ୍ୟୁପର୍ଣ୍ଣ ଦାସ । ସେ ଇଞ୍ଜିନିୟରିଂ ଛାତ୍ର ଥିଲେ ।

ଖବରମୁତାବକ, ଆଜି ସକାଳ ୮ ଟା ୩୦ ସମୟରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଟି ବାଣିବିହାର ଅଭିମୁଖେ ଯାଉଥିବାବେଳେ ଟ୍ରକ୍ ର ବେଗ ଅଧିକ ଥିବାରୁ ସେ ସ୍କୁଟି ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟରେ ସ୍କୁଟି ଚାଳକ ପ୍ରତ୍ୟୁପର୍ଣ୍ଣ ଫୋନ୍ ରେ କଥାହେଉଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ମୃତ୍ୟୁ ବରଣ କରିଥିବା ୧୯ ବର୍ଷୀୟ ପ୍ରତ୍ୟୁପର୍ଣ୍ଣ ଓଡ଼ିଶା ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଓୟୁଓଟି) ର ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିଲେ । ତାଙ୍କ ଘର ରସୁଲଗଡ ଅଞ୍ଚଳରେ ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ କିଛି ସମୟ ଧରି ଲୋକଙ୍କ ଭିଡ ଜମା ହୋଇଥିଲା । ଖବରପାଇ ସହିଦନଗର ଓ ମଞ୍ଚେଶ୍ବର ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛନ୍ତି । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ । ଏହାସହ ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking