30.1 C
Bhubaneswar
Monday, October 21, 2024
Homeଓଡିଶାଟ୍ରକ- ବାଇକ ମୁହାଁମୁହିଁ; ୧ ମୃତ, ଜଣେ ଗୁରୁତର

ଟ୍ରକ- ବାଇକ ମୁହାଁମୁହିଁ; ୧ ମୃତ, ଜଣେ ଗୁରୁତର

ରେଢ଼ାଖୋଲ : ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଦୁର୍ଘଟଣା ଘଟିଛି ବୀରମହାରାଜପୁର -ରେଢ଼ାଖୋଲ ରାସ୍ତାର ସୁବଳୟା ସୁରୁବାଲି ସେତୁ ନିକଟରେ । ରାତି ୧୧ଟା ସମୟରେ ବୀରମହାରାଜପୁରରୁ ରେଢ଼ାଖୋଲ ପଟକୁ ଯାଉଥିବା ଏକ ମାଲ ବୋଝେଇ ୧୨ ଚକିଆ ଟ୍ରକ ସହ କମିରା ପଟରୁ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ବସିଥିବ ମଙ୍ଗୁଲୁ ଖମାରୀ ଏବଂ ନୁଆଁପଡାର ବସନ୍ତ ମିଶ୍ର ଗୁରୁତର ଆହତ ହୋଇଥିଲେ । ଉଭୟ ଗୁରୁତରଙ୍କୁ ପରିବାର ଲୋକ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗୁଲୁ ଖମରୀଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ବସନ୍ତ ମିଶ୍ର ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking