22.1 C
Bhubaneswar
Monday, December 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍ ସୀମାରେ ୧୨ ହଜାର ଆମେରିକୀୟ ସୈନ୍ୟ

ରୁଷ୍ ସୀମାରେ ୧୨ ହଜାର ଆମେରିକୀୟ ସୈନ୍ୟ

ୱାଶିଂଟନ:  ରୁଷ୍‌-ୟୁକେନ୍ ଯୁଦ୍ଧ ଇତିମଧ୍ୟରେ ସତର ଦିନରେ ପହଞ୍ଚିଥିବାବେଳେ ଆମେରିକା ନେତୃତ୍ୱାଧୀନ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ୟୁକ୍ରେନ୍‌କୁ ଆଖିଦୃଶିୟା ସାମରିକ ସାହାଯ୍ୟ ଯୋଗାଇ ପାରିନାହାନ୍ତି । ଏଥିପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ସେମାନଙ୍କ ବିରୋଧରେ ବିଷୋଦ୍‌ଗାର କରିଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତିି ଯେ ଇତିମଧ୍ୟରେ ଆମେରିକା ପ୍ରାୟ ୧୨ ହଜାର ସୈନ୍ୟଙ୍କୁ ରୁଷ୍ ସୀମାକୁ ପଠାଇ ସାରିଛି ।

ଏମାନଙ୍କୁ ରୁଷ୍ ସୀମା ସଂଲଗ୍ନ ଲାଟ୍‌ଭିଆ, ଏଷ୍ଟୋନିଆ, ଲିଥୁଆନିଆ ଏବଂ ରୋମାନିଆରେ ମୁତୟନ କରାଯାଇଛି । ଶୁକ୍ରବାର ଏଠାରେ ହାଉସ୍ ଡେମୋକ୍ରାଟିକ୍ କକସ୍‌କୁ ସମ୍ବୋଧିତ କରିବା ଅବସରରେ ବାଇଡେନ୍ ଆହୁରି କହିଛନ୍ତି ଯେ ୟୁକ୍ରେନ୍‌ରେ ତୃତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପଡୁ ବୋଲି ଆମେରିକା ଚାହେଁନାହିଁ । ତେବେ ନାଟୋର ପ୍ରତ୍ୟେକ ଇଞ୍ଚ୍ ଜମିର ସୁରକ୍ଷା କରିବାକୁ ଆମେରିକା ସବୁ ପ୍ରକାର ଉଦ୍ୟମ କରିବ । ପାଶ୍ଚାତ୍ୟ ରାଷ୍ଟ୍ରର ପ୍ରତ୍ୟକ୍ଷ ସହଯୋଗ ବିନା ୟୁକ୍ରେନ୍‌ର ସେନା ଓ ସାଧାରଣ ନାଗରିକ ରୁଷ୍‌ର ଉଚିତ ମୁକାବିଲା କରିବାରେ ସକ୍ଷମ ହେଉଥିବା ସେ କହିଛନ୍ତି । ଯଦି ଆମେ ରୁଷ୍ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇବୁ, ତାହାହେଲେ ତୃତୀୟ ବିଶ୍ୱଯୁଦ୍ଧ ହେବା ଏକପ୍ରକାର ନିଶ୍ଚିତ ହୋଇପଡିବ । ତେଣୁ ସମଗ୍ର ବିଶ୍ୱବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଆମେରିକା ଏଭଳି ଭୁଲ କରିବ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking