35.1 C
Bhubaneswar
Sunday, May 19, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା ବିଧାନସଭା ନିର୍ବାଚନ: ଟିଏମ୍‌ସି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ

ତ୍ରିପୁରା ବିଧାନସଭା ନିର୍ବାଚନ: ଟିଏମ୍‌ସି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ

ଅଗରତାଲା : ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ପାଇଁ ଚଳିତମାସ ୧୬ରେ ଭୋଟଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ରବିବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ରାଜ୍ୟ ଟିଏମ୍‌ସି ସଭାପତି ପୀୟୂଷକାନ୍ତି ବିଶ୍ୱାସ, ଟିଏମ୍‌ସି ତ୍ରିପୁରା ପ୍ରଭାରୀ ରାଜୀବ ବାନାର୍ଜୀ ଏବଂ ଟିଏମ୍‌ସି ସାଂସଦ ସୁସ୍ମିତା ଦେବଙ୍କ ଉପସ୍ଥିତିରେ ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି । ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ବର୍ତ୍ତମାନ ତ୍ରିପୁରାରେ ଏହାର ଉପସ୍ଥିତି ଜାହିର କରିବାକୁ ଯାଉଥିବାବେଳେ ବିଜେପିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତି ଚଳାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସୁପ୍ରିମୋ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତିକୁ ଆଧାର କରି ଟିଏମ୍‌ସି ତ୍ରିପୁରା ନିର୍ବାଚନ ଲଢିବ ବୋଲି କୁହାଯାଇଛି । ପଶ୍ଚିମବଙ୍ଗ ଭଳି ତ୍ରିପୁରାବାସୀଙ୍କୁ କଲ୍ୟାଣକର ଯୋଜନା ଭେଟି ଦିଆଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ତହସିଲରେ ଦଳ ପକ୍ଷରୁ ‘ଦୁଆରେ ସରକାର’ ଶିବିର ଆୟୋଜନ କରାଯିବ ।

ଉଚ୍ଚଶିକ୍ଷା ପାଇଁ ଯୁବକ ଯୁବତୀଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କାର ସୁଧବିହୀନ ଋଣ, ୪ର୍ଥରୁ ୮ମ ଶ୍ରେଣୀର ତଫସିଲଭୁକ୍ତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୦୦୦ ଟଙ୍କାର ଛାତ୍ରବୃତ୍ତି, ୧ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ମାସିକ ୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାବ୍ୟତୀତ ସରକାରୀ ଚାକିରୀ ହରାଇଥିବା ୧୦ ହଜାରୁରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କୁ ମଧ୍ୟ ଏହି ଭତ୍ତା ପ୍ରଦାନ କରାଯିବ । କୃଷକଙ୍କ ପାଇଁ ‘ସବୁଜ ସାଥି’ ଓ ‘କୃଷକ ବନ୍ଧୁ’ ଯୋଜନା, ମହିଳା ପରିବାର ମୁଖ୍ୟଙ୍କୁ ‘ଲକ୍ଷ୍ମୀଙ୍କ ଭଣ୍ଡାର’ ଯୋଜନା, ଆର୍ôଥକ ଅନଗ୍ରସର ବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ ‘ସମୋବ୍ୟଥି ପ୍ରକଳ୍ପ’ ଯୋଜନା, ଗରିବ ପରିବାରର ଝିଅଙ୍କ ବାହାଘର ପାଇଁ ‘ରୂପଶ୍ରୀ’ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଛି । ରୂପଶ୍ରୀ ଯୋଜନାରେ ଏକକାଳୀନ ୨୫ ହଜାର ଟଙ୍କାର ସହାୟତା, କୃଷକ ବନ୍ଧୁ ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା, ସମୋବ୍ୟଥି ପ୍ରକଳ୍ପରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking