35.1 C
Bhubaneswar
Sunday, May 19, 2024
Homeତ୍ରିପୁରା ବିଧାନସଭା ନିର୍ବାଚନଆସନ୍ତାକାଲି ତ୍ରିପୁରା ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ, ପ୍ରସ୍ତୁତି ଚୂଡାନ୍ତ

ଆସନ୍ତାକାଲି ତ୍ରିପୁରା ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ, ପ୍ରସ୍ତୁତି ଚୂଡାନ୍ତ

ତ୍ରିପୁରା : ଆସନ୍ତାକାଲି ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସକାଳ ୭ଟାରେ ମତଦାନ ଆରମ୍ଭ ହେବ । ପ୍ରାୟ ୨୮ ଲକ୍ଷରୁ ଅଧିକ ଭୋଟର ୨୫୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ବିଧାନସଭା ନିର୍ବାଚନରେ ୨୨ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସୂଚନା ମୁତାବକ, ଭୋଟ ଗ୍ରହଣ ସହ ଜଡିତ ସମସ୍ତ ଅଧିକାରୀ ବୁଥ ଗୁଡିକରେ ପହଂଚି ସାରିଛନ୍ତି । ସାରା ରାଜ୍ୟରେ ୩ ହଜାର ୩୨୮ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଓ ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯାଇଛି । ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ବିଧାନସଭା ନିର୍ବାଚନରେ ବରିଷ୍ଠ ବିଜେପି ନେତା ଡଃ ମାଣିକ ଶାହା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୋମିକ, ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭାଟାଚାର୍ଯ୍ୟ, ଉପ-ମୁଖ୍ୟମନ୍ତ୍ରୀ ଜିସନୁ ଦେବବର୍ମନ, ବରିଷ୍ଠ ସିପିଆଇଏମ ନେତା ଜିତେନ୍ଦ୍ର ଚୌଧୁରୀ ଏବଂ ପବିତ୍ର କର, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ବିରଜିତ ସିହ୍ନା ଓ ପୂର୍ବତନ ମନ୍ତ୍ରୀ ସୂଦୀପ ରାୟ ବର୍ମନ ପ୍ରମୁଖ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking