31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶନୂଆ ‘ବନ୍ଦେ ଭାରତ’ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ

ନୂଆ ‘ବନ୍ଦେ ଭାରତ’ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ

ନୂଆଦିଲ୍ଲୀ : ରେଳବାଇ ମନ୍ତ୍ରଣାଳୟ ତରଫରୁ ବନ୍ଦେ ଭାରତ ଟ୍ରେନ୍‌ର ନୂତନ ସଂସ୍କରଣକୁ ପରୀକ୍ଷାମୂଳକଭାବେ ଚଳାଚଳ କରାଯାଇଛି । ମହାରାଷ୍ଟ୍ରର ସୋଲାପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚଳାଚଳ କରିଥିବା ଜଣାପଡିଛି । ରେଳବାଇ କର୍ତ୍ତୃପକ୍ଷ ଯଦିଓ ଏହି ଟ୍ରେନ୍‌ର ନାମକରଣ କରିନାହାନ୍ତି, ତଥାପି ସୋସିଆଲ ମିଡିଆ ଉପଭୋକ୍ତାମାନେ ଏହି ଟ୍ରେନ୍‌କୁ ‘ବନ୍ଦେ ଭାରତ ସାଧାରଣ’ ଆଖ୍ୟା ଦେଇଛନ୍ତି । ଚେନ୍ନାଇସ୍ଥିତ ଆଇସିଏଫ୍ (ଇଣ୍ଟିଗ୍ରେଟେଡ୍ କୋଚ୍ ଫ୍ୟାକ୍ଟ୍ରି)ରେ ନିର୍ମିତ ଏହି ଟ୍ରେନ୍‌ରେ ସ୍ଲିପର ବ୍ୟବସ୍ଥା କରାଯାଇଛି । ଏହି ଟ୍ରେନ୍ ଶୀତତାପ ନିୟନ୍ତ୍ରିତ ହୋଇନଥିବାବେଳେ ପୁସ୍‌-ପୁଲ୍ ମୋଡ୍‌ରେ ଏହା ଚାଲୁଛି । ବିଭିନ୍ନ କାରିଗରୀକୌଶଳ ଜରିଆରେ ଆଗାମୀ ଦିନରେ ୪୦୦ ନୂଆ ବନ୍ଦେ ଭାରତ (ସ୍ଲିପର ଭର୍ସନ) ଟ୍ରେନ୍ ନିର୍ମାଣ କରିବାକୁ ରେଳବାଇ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସୂଚନାଯୋଗ୍ୟ ୨୦୧୯ ଫେବୃଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପ୍ରଥମ ‘ବନ୍ଦେ ଭାରତ’ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking