33.1 C
Bhubaneswar
Saturday, October 5, 2024
Homeଓଡିଶାଆହତ ଦନ୍ତାର ଚିକିତ୍ସା ଆରମ୍ଭ

ଆହତ ଦନ୍ତାର ଚିକିତ୍ସା ଆରମ୍ଭ

ଯୋଡ଼ା : ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ ଚମକପୁର ଅଞ୍ଚଳ ଜଙ୍ଗଲରେ ଏକ ଦନ୍ତା ହାତୀ ଗତ କିଛି ଦିନ ହେବ ଆହତ ହୋଇ ଯନ୍ତ୍ରଣା ଭୋଗୁଛି । ଏହି ଗୋଠ ଛଡ଼ା ଦନ୍ତାହାତୀର ଆଗପଟ ଡାହାଣ ଗୋଡ଼ରେ ଏକ କ୍ଷତ ହୋଇ ସେଥିରେ ପୋକ ହୋଇଯାଇଥିଲା । ଫଳରେ ହାତୀଟି ଛୋଟେଇ ଛୋଟେଇ ଚାଲୁଥିଲା । ଏହି ଖବର ବନବିଭାଗ ପାଇବା ପରେ ବୁଧବାରଠାରୁ ତାର ଚିକିତ୍ସା ଆରମ୍ଭ ହୋଇଛି । ମଙ୍ଗଳବାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ଏହି ଜଙ୍ଗଲରେ ପହଞ୍ଚିଥିଲେ । ଡବ୍ଲୁଟିଆଇ, ଓୟୁଟି ଓ ନନ୍ଦନକାନନରୁ ଏହି ବିଶେଷଜ୍ଞ ଦଳରେ ନିଶ୍ଟେତକଙ୍କ ସହ ୬ଜଣିଆ ବନ୍ୟପ୍ରାଣୀ ଚିକିତ୍ସକ ସାମିଲ ଥିଲେ । କେନ୍ଦୁଝର ଡିଏଫ୍‌ଓଙ୍କ ତତ୍ତ୍ୱାବଧାନାରେ ୨ଜଣ ଏସିଏଫ୍‌, ରେଞ୍ଜର, ବନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ ।

ପ୍ରଥମେ ହାତୀଟିକୁ ଠାବ କରି ନିଶ୍ଚେତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଏହା ସମ୍ଭବ ହୋଇପାରିନଥିଲା । ଫଳରେ ବୁଧବାର ସକାଳୁ ପୁନର୍ବାର ଏଥିପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ଦୀର୍ଘ କେଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଦିନ ୨ଟାରେ ହାତୀଟିକୁ ନିଶ୍ଟେତକ କରିବାରେ ଏହି ଦଳ ସଫଳ ହୋଇଥିଲା । ଏହାପରେ ବନ୍ୟପ୍ରାଣୀ ଚିକିତ୍ସକ ହାତୀର ଚିକିତ୍ସା ଆରମ୍ଭ କରିଥିଲେ । ହାତୀର ଗୋଡ଼ରେ ହୋଇଥିବା କ୍ଷତକୁ ପରିଷ୍କାର କରି ସେଥିରେ ଔଷଧ ଲଗାଇବା ସହ ସାଲାଇନ ଓ ଆଣ୍ଟିବାଟିକ ଦିଆଯାଇଥିଲା । ପ୍ରାୟ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ହାତୀର ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ହାତୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଚିକିତ୍ସକମାନେ ଆଶା ପ୍ରକଟ କରିଛନ୍ତି । ଆହତ ଦନ୍ତା ହାତୀଟି ୧୦ଫୁଟ ଉଚ୍ଚ ଥିବା ବେଳେ ତାର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ରକ୍ତ, ମାଂସ, ପରିସ୍ରାର ନମୁନା ସଂଗ୍ରହ କରାଯାଇ ଅଧିକ ଚିକିତ୍ସା ପାଇଁ ବାହାରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ବନବିଭାଗ ଏହି ଆହତ ହାତୀଟିର ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିବା ଜଣାପଡ଼ିଛି ।

ଏହି ଉଦ୍ଧାର କାର୍ଯ୍ୟରେ ପ୍ରାଧ୍ୟାପକ ଡାକ୍ତର ଇନ୍ଦ୍ରମଣି ନାଥ (ପ୍ରାଣୀ ଶୈଲ୍ୟ ଓ ରଞ୍ଜନ ରଶ୍ମୀ ବିଭାଗ, ଓୟୁଏଟି, ଭୁବନେଶ୍ୱର), ଡାକ୍ତର ସାଗର ପାଟୁଙ୍ଗେ (ବନ୍ୟପ୍ରାଣୀ ଗବେଷକ), ଡାକ୍ତର ରୁଦ୍ର ମହାନ୍ତ (ଡବ୍ଲୁଟିଏଲ୍‌, ସିମିଳିପାଳ), ଡାକ୍ତର ମନୋଜ ଜିତ୍ ସିଟ୍ (ଅସ୍ତିଶଲ୍ୟ ବିଭାଗ, ସିମିଳିପାଳ), ଡାକ୍ତର ପ୍ରକାଶ ଘଡେଇ (ଚମ୍ପୁଆ), ଡାକ୍ତର ସତ୍ୟନାରାୟଣ ଜେନା (ଅତିରିକ୍ତ ପ୍ରାଣୀଧନ ଚିକିତ୍ସକ, ଯୋଡା), କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ, ଏସିଏଫ୍ ଅଶୋକ ଦାସ, ଘନଶ୍ୟାମ ମହାନ୍ତ, ଚମ୍ପ୍‌ୁଆ ରେଞ୍ଜର ସଞ୍ଜିବ କୁମାର ରାଉତ, ବଡବିଲ ରେଞ୍ଜର ରଞ୍ଜନ ପାଣୀ, ସମସ୍ତ ଜଙ୍ଗଲ ସୁରକ୍ଷା କର୍ମଚାରୀ, ଗଜସାଥି ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking