34.1 C
Bhubaneswar
Friday, June 28, 2024
Homeଓଡିଶାରଥଯାତ୍ରା : ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍

ରଥଯାତ୍ରା : ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍

ଭୁବନେଶ୍ୱର : ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ସୂଚନା ମୁତାବକ, ଏହି ବୈଠକରେ ବିଭିନ୍ନ ପ୍ରକାର ତର୍ଜମା ହୋଇଛି ଓ ନିଷ୍ପତ୍ତି ନିଆଯାଇଛି । ପରିବେଶ ପାଇଁ ଏଣିକି ଚାଲିବ ଇଲେକ୍ଟ୍ରିବସ୍ । ପୁରୁଣା ବସ୍ ସେବା ସଠିକ ଭାବେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯିବ । ଭାରତର ବିଭିନ୍ନ ତୀର୍ଥକ୍ଷେତ୍ର ଅଯୋଧ୍ୟା, ତିରୁପତି, ବୃନ୍ଦାବନ, ବାରାଣସୀ ଭଳି ଜାଗାକୁ ଚାଲିବ ବସ୍ । ରାଜ୍ୟରେ ଯେଉଁସବୁ ସ୍ଥାନ ଅପହଞ୍ଚ ରହିଛି ସେଠାରେ ମଧ୍ୟ ବସ୍ ସେବା ଯୋଗାଇଦେବା ନେଇ ମିଟିଂରେ ଆଲୋଚନା ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking