26.1 C
Bhubaneswar
Thursday, September 19, 2024
Homeଓଡିଶାମୋଦିଙ୍କ ଗସ୍ତ ପାଇଁ ଲାଗୁ ହେବ ଟ୍ରାଫିକ୍‌ କଟକଣା

ମୋଦିଙ୍କ ଗସ୍ତ ପାଇଁ ଲାଗୁ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ବେଳେ ପ୍ରବଳ ଜନସମାଗମର ସମ୍ଭାବନା ରହିଛି । କମିଶନରେଟ୍‌ ପୁଲିସ କିଛି ରାସ୍ତାରେ ଟ୍ରାଫିକ୍‌ କଟକଣା ଲାଗୁ କରିଛି । ଜୟଦେବବିହାରରୁ ନାଲ୍‌କୋ ଛକ ରାସ୍ତା ଓ ଏହାର ଗଳି ରାସ୍ତାଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ୧୬ ନଂ ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ କ୍ରାଉନ୍‌ ହୋଟେଲ ଓ ଆଚାର୍ୟ୍ୟବିହାରଠାରୁ ସର୍ଭିସ ରାସ୍ତାରେ ଗାଡିଗୁଡିକ ଜୟଦେବବିହାର ଆଡ଼କୁ ଯାଇପାରିବେନି ।
ନନ୍ଦନକାନନ ପଟୁ ଜୟଦେବବିହାର ଯିବାକୁ ଚାହୁଁଥିବା ଗାଡି଼ ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କକୁ ଯିବ । ସେଠାରୁ ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ୟ୍ୟ ବିହାରକୁ ଯାଇପାରିବେ । ନଚେତ୍‌, ଶିଖରଚଣ୍ଡିରୁ ପଥରଗାଡି଼ଆ ଦେଇ ଡିଏନ୍‌ ସ୍କୁଲଠାରେ ବାହାରି କଳିଙ୍ଗଷ୍ଟୁଡିଓ ଛକ ଦେଇ ଫାୟାରଷ୍ଟେସନ ଛକରେ ଏନ୍‌ଏଚ୍‌-୧୬କୁ ଛୁଇଁପାରିବେ ।

ସେହିପରି ଜୟଦେବବିହାରରୁ ନନ୍ଦନକାନନ ଆଡ଼େ ଯାଉଥିବା ଗାଡି଼ ଆଚାର୍ୟ୍ୟବିହାର ପଟେ ସୈନିକ ସ୍କୁଲ ଦେଇ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ । ନଚେତ୍‌, ଫାୟାରଷ୍ଟେସନ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ୍‌ ସ୍କୁଲରୁ ପଥରଗାଡି଼ଆ ଦେଇ ଶିଖରଚଣ୍ଡିରେ ବାହାରିପାରିବେ । ବେହେରା ସାହି ପଟୁ ଜୟଦେବବିହାର ଆଡକୁ ଆସୁଥିବା ଯାନବାହାନଗୁଡି଼କ ଜୟଦେବିହାରକୁ ନ ଯାଇ ବେହେରା ସାହିଠାରୁ ଆଚାର୍ୟ୍ୟବିହାର କିମ୍ବା ସିଆର୍‌ପି ଛକ ହୋଇ ଯାଇପାରିବେ । ଆସନ୍ତା ୧୭ ତାରିଖ ସକାଳ ସାଢ଼େ ୭ଟାରୁ ଅପରାହ୍ଣ ୩ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଜରୁରୀ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ପାଇଁ ଏହି କଟକଣା ଲାଗୁ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking