29.1 C
Bhubaneswar
Thursday, April 24, 2025
Homeଓଡିଶାବିଧାନସଭା ପାଇଁ ଜାରି ହେଲା ଟ୍ରାଫିକ କଟକଣା

ବିଧାନସଭା ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆସନ୍ତା ୧୩. ୦୨. ୨୦୨୫ ତାରିଖ ଠାରୁ  ୫. ୪ .୨୦୨୫ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ  ହେବାକୁ ଯାଉଛି ।  ପ୍ରଥମ ପର୍ଯ୍ୟାୟଟି ୧୩ . ୦୨ . ୨୫ରୁ ୨୧.୨ ୨୦୨୫  ଏବଂ ଦ୍ୱିତୀୟ ପର୍ଯ୍ୟାୟ ୭.୩. ୨୫ ରୁ ୫.୪.୨୦୨୫ ପର୍ଯ୍ୟନ୍ତ ଚାଲିବ ।   ବିଧାନସଭା ଚାଲୁଥିବା ସମୟରେ  ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି  ବିଧାନସଭା ସଂଲଗ୍ନ ରାସ୍ତା  ମାନଙ୍କରେ  ଓଡିଶା ସହରାଞ୍ଚଳ ଆଇନ  ୨୦୦୩ର ଧାରା ୨୮ ଏବଂ  ପୁଲିସ କମିଶନରେଟ ଭୁବନେଶ୍ୱର କଟକ ଟ୍ରାଫିକ  ଓ ପବ୍ଲିକ ଅର୍ଡର ଓ ରେଗୁଲେସନ ୨୦୦୮ ଧାରା ୩୬ ଅନୁସାରେ  ନିମ୍ନ ଲିଖିତ କଟକଣା ଗୁଡିକ ଲାଗୁ କରାଯାଇଛି ।
. ହାଉସିଂ ବୋର୍ଡ ଛକପଟୁ  ରବୀନ୍ଦ୍ରମଣ୍ଡପ ଆଡକୁ  ଆସୁଥିବା  ସମସ୍ତ ଯାନବାହାନ ଗୁଡିକ କେଶରୀ ଟକିଜ ଠାରୁ ବାମ ପାର୍ଶ୍ୱର ବାମ    ପାର୍ଶ୍ୱର ରାସ୍ତା ଦେଇ  ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।
. ଏଜି ଛକ ପଟୁ ପିଏମଜି ଛକ ଆଡକୁ ଆସୁଥିବା ସମସ୍ତ ଯାନବାହାନ ଗୁଡିକ  ଜୟଦେବ ଭବନ  ପାଖରେ  ଡାହାଣ ପାର୍ଶ୍ୱର ଥିବା ଇନ୍ଦିରା ଗାନ୍ଧୀ  ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
. ମାଷ୍ଟର କ୍ୟାଣ୍ଟିନ ଛକପଟୁ ଆସୁଥିବା  ସମସ୍ତ ଯାନବାହାନ ଗୁଡିକ ଲୋୟର ପିଏମଜି ଛକଠାରୁ  ବାମ କିମ୍ବା  ଡାହାଣ ପାର୍ଶ୍ୱର ଦେଇ ଯାଇପାରିବ ।
. ୧୨୦ ବାଟାଲିୟନ ଛକପଟୁ  ରବୀନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡିକ ପାଫ୍ୱାର ହାଉସ ଛକ ଦେଇ ଯିବ ।
. ରାଜଭବନ ଛକ ପଟୁ ଏମଏଲଏ କଲୋନୀ ଏବଂ  ରବିନ୍ଦ୍ର ମଣ୍ଡପ ଆଡକୁ ଯିବାକୁ ଚାହୁଁଥିବା   ସମସ୍ତ ଯାମବାହାନ ଗୁଡିକ  ଶାସ୍ତ୍ରୀ     ନଗର ଛକ ଆଡକୁ ଯିବ ।
ତେବେ ଏହି କଟକଣା ଗୁଡିକ ଜରୁରୀ କାଳୀନ କାଯ୍ୟରେ ନିୟୋଜିତ ଥିବା ଯାନବାହାନ ପୋଲିସ , ଅଗ୍ନିଶମ ବାହିନୀ , ଆମ୍‌ୁଲାନ୍ସ ଏବଂ ବିଧାନସଭା , ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାଯ୍ୟାଳୟକୁ ଯାଉଥିବା  ଅଧିକୃତ  ଯାନବାହାନ ମାନଙ୍କ ନିମନ୍ତେ ଲାଗୁ ହେବ ନାହିଁ ।  ଉ ପରୋକ୍ତ କଟକଣାଗୁଡିକ ବିଧାନସଭା ଚାଲୁଥିବା ସମୟରେ ବଳବତ୍ତର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking