18.1 C
Bhubaneswar
Sunday, February 8, 2026
Homeଓଡିଶାପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ

ପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ

ଯାଜପୁର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ସେ ଜିଲ୍ଲାର ପୁରାତନ ବୌଦ୍ଧ କୀର୍ତ୍ତିରାଜି ଉଦୟଗିରି ଏବଂ ରତ୍ନଗିରି ପରିଦର୍ଶନ କରିବା ସହ ବୌଦ୍ଧଧର୍ମ ଗୁରୁ, ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏହି ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ଉନ୍ନତି ପାଇଁ ପ୍ରସ୍ତାବିତ ଭିତ୍ତିଭୂମି ବୁଲି ଦେଖିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଆଗକୁ ପର୍ଯ୍ୟଟନ ବିଭାଗ ଦ୍ଵାରା ଯାଜପୁର ଜିଲ୍ଲାରେ ଏକ ସମନ୍ୱିତ ବୌଦ୍ଧ ସର୍କିଟ ବିକଶିତ ହେବାକୁ ଯାଉଅଛି। ଏହି ପ୍ରକଳ୍ପ ଅଧୀନରେ ଏଠାରେ ଏକ ଇଣ୍ଟରପ୍ରିଟେସନ କେନ୍ଦ୍ର, ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସହ ବୌଦ୍ଧ କୀର୍ତ୍ତିରାଜିର ସଂରକ୍ଷଣ, ପ୍ରଚାର ପ୍ରସାର କରାଯିବ। ଆସନ୍ତା ଜାନୁଆରୀ ୨୦୨୬ରେ ବୌଦ୍ଧଗୁରୁ ପଦ୍ମସମ୍ଭବଙ୍କ ଉଦ୍ଦେଶ୍ୟରେ ଉଦୟଗିରିଠାରେ ହେବାକୁ ଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀକୁ ଦୃଷ୍ଟିରେ ରଖି ସଚିବ ଶ୍ରୀ ସିଂ ପ୍ରସ୍ତୁତିପର୍ବକୁ ମଧ୍ଯ ସମୀକ୍ଷା କରିଥିଲେ। ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେବା ସହ ସ୍ୱର୍ଣିମ ତ୍ରିଭୁଜ ଯଥା ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପରିଦର୍ଶନ କରିବେ। ସନ୍ଧ୍ୟାରେ ସଚିବ ଶ୍ରୀ ବଳବନ୍ତ ସିଂ ଯାଜପୁର ସହରରେ ନିର୍ମାଣାଧୀନ ଥିବା ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ପ୍ରକଳ୍ପ, ବରାହପୀଠରେ ଥିବା ସଂଗ୍ରହାଳୟ ଆଦି ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking