31.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସାମାନ୍ୟ ଜ୍ୱର କିମ୍ବା ମୁଣ୍ଡ ବିନ୍ଧା ହେଲେ ମେଡିସିନ ଖାଉଛନ୍ତି କି

ସାମାନ୍ୟ ଜ୍ୱର କିମ୍ବା ମୁଣ୍ଡ ବିନ୍ଧା ହେଲେ ମେଡିସିନ ଖାଉଛନ୍ତି କି

ଭୁବନେଶ୍ୱର: ସାମାନ୍ୟ ମୁଣ୍ଡବିନ୍ଧା, ହାଲକା ଜ୍ୱର, ଶରୀର ଯନ୍ତ୍ରଣା ହେବା ମାତ୍ରେ ଆମେ କେମିଷ୍ଟଙ୍କୁ ପଚାରି ଓଟିସି ମେଡିସିନ ଖାଇଥାଉ । ପେନକିଲର ମେଡିସିନ ଖାଇବା ଦ୍ୱାରା ଶରୀରର ଯନ୍ତ୍ରଣ କମ୍ ହୋଇତାଏ ଏବଂ ଏହା ସପରକ୍ଷିତ ମଧ୍ୟ । ମାତ୍ର ଏହାର ବ୍ୟବହାର ସମୟରେ ଆମକୁ ଟିକିଏ ସତର୍କ ରହିବାକୁ ପଡିବ । ଯଦି ଅଧିକମାତ୍ରାରେ ଏହାକୁ ଆମେ ବ୍ୟବହାର କରିବା ତେବେ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।
ପ୍ରତିବର୍ଷ ଆମେରିକାରେ କିଡନୀ ଫେଲ୍ୟୁଅରର ୫ ପ୍ରତିଶତ ମାମଲା ପ୍ରତିବର୍ଷ ସାମ୍ନାକୁ ଆସିଥାଏ । ସେମାନେ ଅତି ମାତ୍ରାରେ ଓଟିସି ମେଡିସିନ ଓ ପେନକିଲର ବ୍ୟବହାର କରିବା କାରଣରୁ ଏପରି ହୋଇଥାଏ । ଯଦି ଆପଣ ଏହାର ଅତ୍ୟଧିକ ସେବନ କରାଯାଏ, ତେବେ ଆପଣଙ୍କ କିଡନୀ ଟିସ୍ୟୁ ନଷ୍ଟ ହୋଇଥାଏ ।
କିଡନୀ ସୁସ୍ଥ ରଖିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଅଦିକ ପାଣଇ ପିଇବା ଦ୍ୱାରା କିଡନୀ ଉତ୍ତମ ଭାବରେ କାମ କରିଥାଏ , ଏମିତି ଭାବିବା ଭୁଲ । ପ୍ରତିଦିନ ୫ ରୁ ୬ ଗ୍ଲାସ ପାଣି ପିଅନ୍ତୁ ।
ଉଚ୍ଚ ରକ୍ତ ଚାପ, ଡାଇବେଟିସ, ହାର୍ଟ ଆଟାକ ଭଳି ରୋଗ ପାଇଁ କିଡନୀ ସମ୍ବନ୍ଧିତ ରୋଗ ହୋଇଥାଏ । ସେଥିପାଇଁ ସବୁବେଳେ ସ୍ୱାସ୍ଥ୍ୟକର ଡାଏଟ ନିଅନ୍ତୁ । ଯାହାଦ୍ୱାରା ଆପଣଙ୍କ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିବ ।
ନିୟମିତ ଭାବରେ ବ୍ୟାୟାମ କରନ୍ତୁ । ଏମିତି କଲେ ଆପଣଙ୍କ ଓଜନ ବି ନିୟନ୍ତ୍ରଣରେ ରହିବ ।
ସ୍ମୋକିଂ କରିବା କାରଣରୁ ରକ୍ତବାହିକାଗୁଡିକର କ୍ଷତି ହୋଇଥାଏ । ଯାହାଦ୍ୱାରା କିଡନୀରେ ରକ୍ତ ସଂଚାଳିତ ହେବା କମ୍ ହୋଇଯାଏ ।
ଭିଟାମିନ ସପ୍ଲିମେଣ୍ଟଓ କିମ୍ବା ହର୍ବାଲ ସପ୍ଲିମେଣ୍ଟଓ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା କିଡନୀ ଫେଲ୍ୟୁଅର ହୋଇଥାଏ । ସେଥିପାଇଁ ଏହାର ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking