ଭୁବନେଶ୍ୱର: ଏବେ ଓଡ଼ିଶାର ଚାରିଆଡେ଼ ନିର୍ବାଚନୀ ମାହୋଲ । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ କିନ୍ତୁ ନିଜର ପ୍ରସ୍ତୁତିକୁ ଜୋରଦାର କରିବାରେ ଲାଗିପଡ଼ିଛନ୍ତି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ସଂଗଠନ ସଜାଡ଼ିବା ସହ ୨୦୨୪ ସାଧାରଣ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ କମର କସିଛନ୍ତି । ଏହି କ୍ରମରେ ବିଜେପି ଶିବିର ତପôର ହୋଇଉଠିଛି । କାରଣ ହେଉଛି ରାଜ୍ୟକୁ ଆସିବେ ତୁଙ୍ଗ କେନ୍ଦ୍ରୀୟ ନେତୃବୃନ୍ଦ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଆସିବେ । ପୁରୀରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଶିବରାଜସିଂ ଚୌହାନ ଓଡ଼ିଶା ଆସିବାକୁ ଥିବାବେଳେ ସେ କଟକ ଓ ଜଗତସିଂହପୁର ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖରେ ରାଜନାଥ ସିଂ ଓଡ଼ିଶା ଆସିବେ । ତେବେ ସେ ଆସିବା ପରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ମନମୋହନ ସାମଲ କହିଛନ୍ତି ।