35.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶଏକାଠି ହେଲେ ଆରବ ଓ ମୁସଲିମ୍ ରାଷ୍ଟ୍ର ପ୍ରମୁଖ; ପାଲେଷ୍ଟାଇନ୍‌-ଲେବାନନ୍ ବିପକ୍ଷରେ ଇସ୍ରାଏଲ୍ ଆକ୍ରମଣକୁ ତୀବ୍ର...

ଏକାଠି ହେଲେ ଆରବ ଓ ମୁସଲିମ୍ ରାଷ୍ଟ୍ର ପ୍ରମୁଖ; ପାଲେଷ୍ଟାଇନ୍‌-ଲେବାନନ୍ ବିପକ୍ଷରେ ଇସ୍ରାଏଲ୍ ଆକ୍ରମଣକୁ ତୀବ୍ର ନିନ୍ଦା

ରିୟାଦ୍‌: ସାଉଦି ଆରବ ରାଜଧାନୀ ରିୟାଦରେ ବିଶ୍ୱର ବିଭିନ୍ନ ସ୍ଥାନରୁ ମୁସଲମାନ ଦେଶର ନେତାମାନେ ଏକାଠି ହୋଇଛନ୍ତି। ଗାଜା ଏବଂ ଲେବାନନରେ ଇସ୍ରାଏଲ୍ ପକ୍ଷରୁ ହେଉଥିବା ଆକ୍ରମଣ ଏବଂ ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ଆରବ ଏବଂ ମୁସଲମାନ ଦେଶର ନେତାମାନେ ଏକାଠି ହୋଇଛନ୍ତି। ଏନେଇ ସାଉଦି ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ପାଲେଷ୍ଟାଇନ୍ ଏବଂ ଲେବାନନ୍‌ରେ ଇସ୍ରାଏଲର ଆକ୍ରୋଶମୂଳକ ଆକ୍ରମଣ ଆରବ ଏବଂ ଇସଲାମ ନେତାମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରିଛି। ଏହି ବୈଠକରେ ଗାଜା ଏବଂ ଲେବାନନ୍‌ରେ ହୋଇଥିବା ଆକ୍ରମଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗାଜାରେ ଇସ୍ରାଏଲ୍ ସେନାର କାର୍ଯ୍ୟକୁ ନିନ୍ଦା କରାଯାଇଛି। ଏହାକୁ ବର୍ବର ବୋଲି ବର୍ଣ୍ଣନା କରାଯାଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏକ ବର୍ଷ ଧରି ଚାଲିଆସୁଥିବା ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୪ ହଜାର ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ମହିଳା ଏବଂ ଶିଶୁ ଅଛନ୍ତି। ଲେବାନନ୍‌ରେ ମଧ୍ୟ ବହୁ ଧନଜୀବନ ନଷ୍ଟ ହୋଇଛି।
ବୈଠକରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ବିଜୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି। ଅନ୍ୟପକ୍ଷେ ଏହି ବୈଠକ ମାଧ୍ୟମରେ ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇସଲାମ୍ ରାଷ୍ଟ୍ରଗୁଡ଼ିକ ମିଳିତ ଭାବେ ଏକ ବାର୍ତ୍ତା ପଠାଇବାକୁ ପ୍ରୟାସ କରାଯାଇଛି ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ତେବେ ଏପ୍ରକାର ବୈଠକ ମାଧ୍ୟମରେ ପାଲେଷ୍ଟାଇନ୍ ଏବଂ ଲେବାନନ୍‌ରେ ଉତ୍ତେଜନା ହ୍ରାସ କରିବା ଏବଂ ଇସ୍ରାଏଲର ଆକ୍ରମଣ ବନ୍ଦ କରିବାକୁ ଏକ ଭଲ ପ୍ରୟାସ ବୋଲି ମଧ୍ୟ କୁହାଯାଉଛି। ଏସବୁ ମଧ୍ୟରେ ବର୍ମିଂହାମ ବିଶ୍ୱବିଦ୍ୟାଳୟର ସାଉଦି ରାଜନୀତିର ବିଶେଷଜ୍ଞ ଓମାର କରିମ କହିଛନ୍ତି ଯେ ସୋମବାର ସାଉଦିରେ ଅନୁଷ୍ଠିତ ଏହି ବୈଠକର ବାର୍ତ୍ତା ହେଉଛି, ଟ୍ରମ୍ପ ମୁସଲିମ ଜଗତର ପ୍ରତିନିଧୀ ଭାବରେ ସାଉଦି ଲୋକଙ୍କୁ ବିଶ୍ୱାସ କରିପାରିବେ। ଯଦି ଏହି ଅଞ୍ଚଳରେ ଆମେରିକାର ସ୍ୱାର୍ଥକୁ ବିସ୍ତାର କରିବାକୁ ଟ୍ରମ୍ପ୍ ଚାହୁଁଛନ୍ତି ତେବେ ସାଉଦି ଆରବ ତାଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ ଭାବେ କାର୍ଯ୍ୟ କରିବ।
ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଇସ୍ରାଏଲକୁ ଦୃଢ଼ ସମର୍ଥନ କରିଥିଲେ। ସେ ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବରେ ମାନ୍ୟତା ପ୍ରଦାନ କରିଥିଲେ ଏବଂ ସେଠାରେ ୱାଶିଂଟନ୍ ଦୂତାବାସକୁ ସ୍ଥାନାନ୍ତର କରିଥିଲେ। ଟ୍ରମ୍ପ ମଧ୍ୟ ଅଧିକୃତ ୱେଷ୍ଟବ୍ୟାଙ୍କରେ ଇସ୍ରାଏଲର ବସ୍ତିବାସିନ୍ଦାଙ୍କୁ ସମର୍ଥନ କରିଥିଲେ, ଯାହା ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ବେଆଇନ ଅଟେ। ପ୍ରକାଶ, ସାଉଦି ଆରବର ରିୟାଦ ସହରରେ ଚାଲିଥିବା ଏହି ବୈଠକରେ ଭାଗ ନେବାକୁ ଆରବ ବାହାରର ମୁସଲମାନ ଦେଶର ନେତାମାନେ ପହଞ୍ଚିଛନ୍ତି। ଏଥିପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ସାଉଦି ଆରବ ଗସ୍ତରେ ଅଛନ୍ତି। ଏହି ସମ୍ମିଳନୀରେ ସେ ପାଲେଷ୍ଟାଇନ୍‌ର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking