14.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶବର୍ତମାନ ଭାରତର ଯୁବବର୍ଗ କେବଳ କ୍ୟାରିୟର ଗଢ଼ୁ ନାହାନ୍ତି ବରଂ ଦେଶ ଗଢ଼ୁଛନ୍ତି : ରାଜ୍ୟପାଳ

ବର୍ତମାନ ଭାରତର ଯୁବବର୍ଗ କେବଳ କ୍ୟାରିୟର ଗଢ଼ୁ ନାହାନ୍ତି ବରଂ ଦେଶ ଗଢ଼ୁଛନ୍ତି : ରାଜ୍ୟପାଳ

ଭୁବନେଶ୍ୱର: ବର୍ତମାନ ସମୟରେ ଭାରତର ଯୁବବର୍ଗ କେବଳ ନିଜର କ୍ୟାରିୟର ଗଢ଼ୁନାହାନ୍ତି, ବରଂ ଦେଶ ଗଢ଼ୁଛନ୍ତି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ଆଜି ଅରଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱରର ୧୭ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଛାତ୍ରଛାତ୍ରୀ-ତଥା-ଫାକଲ୍ଟିମାନଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଦ୍ରୁତ ପରିବର୍ତନଶୀଳ ବିଶ୍ୱରେ ଭାରତର ଯୁବକମାନେ ପରିବର୍ତନର ଅଗ୍ରଭାଗରେ ରହିଛନ୍ତି ଏବଂ ନବସୃଜନ ଓ ଷ୍ଟାଟ୍‌ଅପ୍ ଇକୋସିଷ୍ଟମ, ୟୁନିକର୍ଣ୍ଣ ସୃଷ୍ଟି ଏବଂ ଲକ୍ଷ ଲକ୍ଷ ନୂଆ ସୁଯୋଗ ସୃଷ୍ଟି କ୍ଷେତ୍ରରେ ଭାରତ ବିଶ୍ୱର ୩ଟି ଶ୍ରେଷ୍ଠ ଦେଶ ମଧ୍ୟରେ ପରିଗଣିତ ହେଉଛି। ସଂପ୍ରତି ଭାରତର ଯୁବ ବର୍ଗ ଚାକିରି ନଖୋଜି ଚାକିରିଦାତା ହେଉଛନ୍ତି। ଯୁବକମାନଙ୍କ ଉପରେ ଦେଶର ପ୍ରଗାଢ ଆସ୍ଥା ରହିଛି ଏବଂ ଆଇଆଇଟିଆନ୍‌ମାନେ ଦୃଢ ବିଶ୍ୱାସ, ସାହସ ଓ ସମ୍ବେଦନଶୀଳତାର ସହ ଦେଶ ଗଠନରେ ଅଗ୍ରଣୀ ଭୂମିକା ନିଭାଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଥିଲେ ।

ଏତଦ୍‌ବ୍ୟତୀତ ଆଇଆଇଟିଆନ୍‌ମାନେ ବାସ୍ତବବାଦୀ ଆଶା ଆକାଂକ୍ଷା ଓ ଚିନ୍ତାଧାରା ସହିତ ଆଗକୁ ବଢ଼ିବା, ଲୋକମାନଙ୍କର ଅସ୍ଥାକୁ ସମ୍ମାନ ଜଣାଇବା, ନବସୃଜନ ଚିନ୍ତାଧାରା ସଂପନ୍ନ ହେବା ଏବଂ ଜ୍ଞାନ ସୃଷ୍ଟି କରି ତା’ର ସକରାତ୍ମକ ରୂପାନ୍ତରଣ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ୨୦୦୮ ମସିହାରେ ପ୍ରତିଷ୍ଠିତ ହେବା ପରଠାରୁ ଭୁବନେଶ୍ୱର ଆଇଆଇଟିର ଉଲ୍ଲେଖନୀୟ ଅଗ୍ରଗତିକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଏହାକୁ ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ରାଜ୍ୟପାଳ ଛାତ୍ରଛାତ୍ରୀ, ଫାକଲ୍ଟି ଓ କର୍ମଚାରୀମାନଙ୍କୁ ଆହ୍ୱାନ ଜଣାଇଥିଲେ। ପ୍ରାରମ୍ଭରେ ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ଶ୍ରୀପଦ କରମଲ୍‌କର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କ୍ୟାମ୍ପସର ପ୍ରତିଷ୍ଠା ଓ ଅଗ୍ରଗତି, ଶିକ୍ଷାଦାନ, ଗବେଷଣା, ଶିଳ୍ପ ଶିକ୍ଷା, ଉଦ୍ୟୋଗ ବିକାଶ ଇତ୍ୟାଦି ସଂପର୍କରେ ଆଲୋକପାତ କରିଥିଲେ। ଡିନ୍ ପ୍ରଫେସର ରାଜେଶ୍ ରୋଶନ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରେ ରାଜ୍ୟପାଳ ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପସ୍ ପରିଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking