ରାଉରକେଲା : ପ୍ରେମ ପାଇଁ ଚରମ ପଦକ୍ଷେପ ! ଶରୀରରେ ନିଆଁ ଲଗାଇଦେଲା ପ୍ରେମିକ ! ପ୍ରେମିକା ଘର ଆଗରେ ଆତ୍ମହତ୍ୟା ! ଗୁରୁତର ଅଭିଯୋଗ ଆଣିଲେ ପରିବାର । ୪ ବର୍ଷ ଧରି ଥିଲା ସମ୍ପର୍କ । ହେଲେ ସାମାନ୍ୟ କଥାକୁ ନେଇ ମନ ଭାଙ୍ଗିଦେଲା ପ୍ରେମିକା । ଯାହାକୁ ବରଦାସ୍ତ କରିପାରିଲାନି ପ୍ରେମିକ । ଶେଷରେ ପ୍ରେମିକା ଘର ଆଗରେ ଶରୀରରେ ପେଟ୍ରେଲ ଢାଳି ନିଆଁ ଲଗାଇଦେଲା । ଏମିତି ଏକ ଗୁରୁତର ଅଭିଯୋଗ ଆସିଛି ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରୁ । ମୃତ ଯୁବକ ହେଲେ ସାରଦାପାଲିର ୨୪ବର୍ଷର ରାମଦାସ ବେଶ୍ରା । ୩ ତାରିଖ ରାତି ୧୧ ଟା ସମୟରେ ପ୍ରେମିକାଙ୍କୁ ବୁଝାଇବା ପାଇଁ ପ୍ରେମିକାଙ୍କ ଘରକୁ ଯାଇଥିଲେ । ପ୍ରେମିକାଙ୍କ ପରିବାର ଲୋକ ଗାଳିଗୁଲଜ କରି ଅପମାନ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ପ୍ରେମିକା ଉସୁକାଇ ଥିବା ଅଭିଯୋଗ କରିଛନ୍ତି ରାମଦାସଙ୍କ ପରିବାର । ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା ଓ ପରେ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଚିକତ୍ସାଧିନ ଅବସ୍ଥାରେ ଗତ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ପରିବାର ଲୋକେ ଆଣିବା ପରେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।