ରାଗୁ ଥିବା ମଣିଷ ରାଗ ସମୟରେ ତ ବହୁତ କିଛି କହିଦିଏ…କିନ୍ତୁ….
ରାଗ ଶାନ୍ତ ହେଲେ ସେ ହିଁ ସବୁଠାରୁ ଅଧିକ କଷ୍ଟ ପାଏ…!
ସ୍ମୃତି ଏକ ସତ ଇତିହାସ ପରି ହୃଦୟରେ ରହିଥାଏ..ମନେ ପଡେ ଯେବେ ସେ ସ୍ମୃତି ବହୁତ କିଛି ଶିଖେଇ ଦେଇଯାଏ..କେତେବେଳେ ବହୁତ ହସାଏ ତ କେତେବେଳେ ଆଖିରେ ଲୁହ ଦେଇଯାଏ..ସ୍ମୃତି ହିଁ ତ ଏମିତି ଏକ ମଞ୍ଜି ଯାହା ହୃଦୟରେ ସାଇତି ହୋଇ ରହିଯାଏ, ମଣିଷ ତ ଆଜି ଅଛି, କାଲି ଚାଲିଯାଏ, ସମୟର ସାଥିରେ ସବୁ ବହିଯାଏ, କେବଳ ସ୍ମୃତି ଯେ ସାଙ୍ଗରେ ରହିଯାଏ, ସେଥିପାଇଁ ତ ଯେବେ ଆସେ କେବେ ଲୁହ ତ ପୁଣି କେବେ ଖୁସି ଦେଇଯାଏ ।
ନଦୀ କୁଳରେ ହସୁଥିବା ଶସ୍ଯକ୍ଷେତ୍ର ଥଣ୍ଡା ବାଆ ପାଇଲେ ନାଚି ଖେଳେ,ନଦୀ ଜଳ ଉପରେ ଅନବରତ ନାଆ ଝୁଲି ଝୁଲି ଚାଲିଲେ ସେ ବିହ୍ଵଳ ହୋଇଯାଏ,ନଦୀ କୂଳରେ ରହୁଥିବା ମୁଲିଆଟି ଶ୍ରମ ସାରି ସ୍ନାନ କଲେ ତାକୁ ତୃପ୍ତି ମିଳେ । ଲାଗେ ସତେ ଯେମିତି ଏମାନେ ନଦୀ ସହ ଯୁଗ ଯୁଗ ପାଇଁ ସମ୍ପର୍କରେ ବନ୍ଧା ।
ଏଠି ଆଶା ଅଛି ପୂର୍ଣ୍ଣତା ନାହିଁ,ଏଠି ସ୍ୱପ୍ନ ଅଛି ସତ୍ୟତା ନାହିଁ,ଏଠି ଜୀବନ ଅଛି ଆନନ୍ଦ ନାହିଁ,ଏଠି ବନ୍ଧୁ ଅଛି ବନ୍ଧୁତା ନାହିଁ,ଏଠି ସମ୍ପର୍କ ଅଛି ନିଶ୍ଚିତତା ନାହିଁ ।
Time ନାହିଁ କହି ମୁହଁ ମୋଡି ଚାଲି ଯାଆନ୍ତୁ ନାହିଁ,ଆଜିର ମୁହଁ ମୋଡା କାଲି ଆପଣଙ୍କୁ ମହଙ୍ଗା ପଡିପାରେ ।
🙏🏻 ଜୟ ଜଗନ୍ନାଥ🙏🏻
ଅଦ୍ୟ ନଭେମ୍ବର ମାସ ୨୨ ତାରିଖ ୨୦୨୩ ମସିହା(ବୁଧବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ଦଶମୀ ରାତ୍ରି ଘ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ
ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ଘ୦୭/୩୦ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର
ଚନ୍ଦ୍ର- କୁମ୍ଭ ଘ୦୧/୫୧ ପର୍ଯ୍ୟନ୍ତ ତଦନ୍ତେ ମୀନ
ଯୋଗ- ହର୍ଷଣ
କରଣ – ତୈତିଳ
ସୌରମାସ- ବିଛା ୦୬ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୩/୪୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୦୯
*✧═════•❁❀
ଯୋଗିନୀ ଉତ୍ତରେ ରାତ୍ରି ୧୧/୧୮ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣେ
ଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ଧନୁ ରାଶିର ଘାତଚନ୍ଦ୍ର
କର୍କଟ ରାଶିର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୮/୪୭ ଗତେ ଘ୧୦/୧୦ ମଧ୍ୟେ
ବାରବେଳା – ଦିବା ଘ୧୧/୩୦ ଗତେ ଘ୧୨/୫୩ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୭/୪୦ ଗତେ ଘ୦୮/୨୭ ମଧ୍ୟେ ଓ ଘ୧୦/୫୦ ଗତେ ଘ୧୧/୨୯ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୬/୫୩ ଗତେ ଘ୦୭/୩୯ ମଧ୍ୟେ ଓ ଘ୦୨/୦୩ ଗତେ ଘ୦୪/୨୮ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ
═✧══•❁❀❁•══*
ମେଷ
ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।*
ବୃଷ
ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।*
ମିଥୁନ ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
କର୍କଟ
କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ ।*
ସିଂହ ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।
କନ୍ୟା ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।
ତୁଳା ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।
ବିଛା କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।*
ମୀନ ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।