43.9 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା ..

ମେଷ: ଆଜି ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନା କରିବେ । ନୃତ୍ୟ ସଙ୍ଗୀତ ପ୍ରୀୟ ହେବେ । ଉପଯୁକ୍ତ କାର୍ଯ୍ୟ ତୁରନ୍ତ ହେବ । ସରକାରଙ୍କ ତରଫରୁ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି ।
ବୃଷ: ବୁଦ୍ଧିମାନ ହେବେ । ଯାନବାହନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଋଣମୁକ୍ତ ହେବେ । ମହିଳାମାନେ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ଅଗ୍ରଗତି କରିବେ ।
ମିଥୁନ: ଚାକିରି କ୍ଷେତ୍ରରେ ଉତମ ଯୋଗ ଅଛି । ସୁଖଭୋଗ ପାଇଁ ଧନବ୍ୟୟ କରି ଅନ୍ୟମାନଙ୍କର ଆଲୋଚନାର ପାତ୍ର ହେବେ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ବ୍ୟବସାୟରେ ସଫଳତା ଲାଭ କରିପାରନ୍ତି । ଅନ୍ୟମାନଙ୍କ ପାଇଁ ଚିନ୍ତା ବଢ଼ିବ ।
କର୍କଟ: ପଡ଼ୋଶୀଙ୍କ ସହାୟତାରେ ଲାଭବାନ ହେବେ । ଆଶାବାଦୀ ହେବେ ।ବ୍ୟବସାୟରେ ଲାଭବାନ ହେବେ । ପରୋପକାରୀ ହୋଇପାରନ୍ତି । ରୋଜଗାର ବୃଦ୍ଧି ହେବ । ଦୂରଯାତ୍ରା କରିପାରନ୍ତି । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ସିଂହ: ଆଜି ନୂଆ ବନ୍ଧୁଙ୍କ ସାହ୍ନିଧ୍ୟ ପାଇ ଖୁସି ହେବେ । ଶ୍ରେଷ୍ଠ ମାନ୍ୟତା ମିଳିବ । ଯଦି ହିଂସା ମାର୍ଗରେ ମନ ବଳାନ୍ତି ତେବେ ଧନକ୍ଷୟ ହେବ । ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
କନ୍ୟା: ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଧନବାନ ହେବେ । ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ନୀବିଡ଼ ରହିବ । ଦୂରସମ୍ପର୍କୀୟ ବନ୍ଧୁଙ୍କ ସହ ସମ୍ପର୍କ ଉତ୍ତମ ରହିବ । ମହିଳାମାନେ କାର୍ଯ୍ୟବ୍ୟସ୍ତ ରହିବେ ।
ତୁଳା: ପରିଶ୍ରମୀ ହେବେ ଓ ତାର ମୂଲ୍ୟ ମିଳିବ । ଶାରୀରିକ ଦୂର୍ବଳତା ଅନୁଭବ କରିପାରନ୍ତି । ବିପଦ ଆପଦ ଦୂର ହେବ । ସାଧୁସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନଶାଳୀ ହେବାର ସୁଯୋଗ ଅଛି ।
ବିଛା: ଆଶାବାଦୀ ହେବେ । କାର୍ଯ୍ୟରେ ସଫଳତା ମିଳିବ । ସୁସ୍ଥ ଓ ନିରାୟମ ଜୀବନଯାପନ କରିବେ । ରାଜବଂଶ ପୂଜିତ ହୋଇ ପାରନ୍ତି । ସତପୁତ୍ର ଲାଭ କରିବେ ।
ଧନୁ: ଶତ୍ରୁ ସମ୍ମୁଖୀନ ହୋଇପାରନ୍ତି । ମନରେ ପ୍ରସନ୍ନ ଭାବ ଦେଖାଦେବ । ମିଷ୍ଟାନ୍ନ ଭୋଜନ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ । ସରକାରୀ କିମ୍ବା ବହୁ ସହାୟତାରୁ ଲାଭବାନ ହୋଇପାରନ୍ତି । ପ୍ରିୟଭାଷୀ ହେବେ ।
ମକର: ବିଭିନ୍ନସ୍ତରରେ ସମ୍ମାନିତ ହୋଇପାରନ୍ତି । ଧନପ୍ରିୟ ହେବେ । ବ୍ୟବସାୟରେ ସମସ୍ୟା ଦୂରହୋଇ ଆୟ ବୃଦ୍ଧି ହେବ । ସାବଧାନ ନରହିଲେ ବ୍ୟୟବୃଦ୍ଧି ହୋଇପାରେ ।
କୁମ୍ଭ: ସତମାର୍ଗ ହୋଇ ଅନ୍ୟ ପାଇଁ ଆଦର୍ଶ ହେବେ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସଫଳତା ଲାଭ ହେବ । ତୀର୍ଥ ଯାତ୍ରାର ସୁଯୋଗ ମିଳିବ । ମାନସିକ ଶାନ୍ତି ବୃଦ୍ଧି ହେବ ।
ମୀନ: ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ କରିବେ । ବିଜୟୀ ବ୍ୟକ୍ତି ଭାବେ ଜନସାଧାରଣଙ୍କ ଶୁଭେଚ୍ଛା ରହିଛି । ମହାପ୍ରତାପୀ ହେବେ । ବ୍ରହ୍ମପୂଜକ ହେବେ । ଛାତ୍ରଛାତ୍ରୀମାନେ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking