32.8 C
Bhubaneswar
Tuesday, April 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ବନ୍ଧୁ ସହଯୋଗ ପାଇ ଖୁସି ହେବେ । ଚାଲୁ ରହିଥିବା ଲୁଚାଛପା ବ୍ୟବସାୟ ଲାଭଜନକ ହେବ । ସମାଜସେବା ପ୍ରତି ମନ ବଳାଇପାରନ୍ତି ।

ବୃଷ : ଆଜି ଚନ୍ଦ୍ର ଚଳନ ହେତୁ ଶତ୍ରୁ କବଳରରୁ ରକ୍ଷା ପାଇଯିବେ । ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ ।

ମିଥୁନ : ଆଜି ରୋଗରୁ ମୁକ୍ତି ହେବା ପାଇଁ ପ୍ରୟାସ ଜାରି ରଖିବେ । କର୍ମକ୍ଷେତ୍ରରେ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ ।

କର୍କଟ : କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଉଦାର ସ୍ୱଭାବର ହେବେ । ଦାନଶୀଳ ଭାବେ ସୁନାମଧନ୍ୟ ହେବେ । ସ୍ୱଭାବ ବ୍ୟକ୍ତିତ୍ୱ ପରିଚୟ ଦେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ : କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶାଂସର ପାତ୍ର ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ଭାବ ଦେଖାଦେବ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା, କଫ ଜନୀତ ପୀଡ଼ା ଅନୁଭବ କରିବେ ।

କନ୍ୟା : ନିଜ ଜିଦ୍‌ରେ ଅଟଳ ରହିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ବିଶିଷ୍ଠ ବ୍ୟକ୍ତି ଭାବେ ସମ୍ମାନୀତ ହେବେ । ମଧୁରଭାଷୀ ହେବେ । ମିତ୍ରମାନଙ୍କ ସହ ଖୁସିରେ ସମୟ କାଟିବେ ।

ତୁଳା : ଆଜି ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଚନ୍ଦ୍ରଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ତୃପ୍ତିକର ଭୋଜନ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଅର୍ଥ ମିଳିବ ।

ବିଛା : ଆଜି କାର୍ଯ୍ୟକ୍ଷେତ୍ର ସାମାଗ୍ରିକ ଭାବେ ସମସ୍ୟା ବହୁଳ ହୋଇପାରେ । ଥଣ୍ଡାଜନିତ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । ଏକାନ୍ତ ପ୍ରିୟ ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ : କର୍ମକ୍ଷେତ୍ରରେ ସଫଳ ହେବେ । ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ । ରାଜନୈତିକ କ୍ଷେତ୍ରରେ ପ୍ରିୟ ଭାଜନ ହୋଇପାରନ୍ତି । ଆୟ ଉତମ ହେବ । ମହିଳାମାନେ ଧର୍ମ ପରାୟଣ ହୋଇପାରନ୍ତି ।

ମକର : ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । କୂଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।

କୁମ୍ଭ : ଆଜି ଦିନଟି ଭୋଗବିଳାସରେ କାଟିପାରନ୍ତି । ସୁଖ ସମୃଦ୍ଧି ପୂର୍ଣ୍ଣ ହେବ । ଯାତ୍ରା ଆନନ୍ଦ ଦାୟକ ହେବ । ଭାଗ୍ୟଶାଳୀ ହୋଇପାରନ୍ତି ।

ମୀନ : ଆଶାବାଦୀ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟକଲେ ସଫଳତା ମିଳିବ । ପରିସ୍ଥିତିରେ ପଡ଼ି ମନରେ ଈର୍ଷାଯାତ ହୋଇପାରେ । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ଜଳଯାତ୍ରା କରିବା ମନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking