ମେଷ: ଦୂରଯାତ୍ରାର ସୁଯୋଗ ମିଳିବ। ଧନପ୍ରୀୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପାରଦର୍ଶୀତା ହେବା ଆଶାକରାଯାଏ। ଚଞ୍ଚଳ ପ୍ରକୃତିର ହେବେ।
ବୃଷ: ଭାତୃ ବିବାଦ ଅବସାନ ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଖବର ମିଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ।
ମିଥୁନ: ସୁଖ ସମ୍ମାନ ଲାଭ କରିପାରନ୍ତି। ଜନ ସମର୍ଥନ ପାଇ ଖୁସି ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀସ୍ତରରୁ ଅର୍ଥପ୍ରାପ୍ତୀର ସୂଚନା ମିଳୁଛି। ସତକର୍ମରେ ନିୟୋଜିତ ହେବେ।
କର୍କଟ: ଷଡ଼ଯନ୍ତ୍ରରୁ ଅଳ୍ପକେ ଉଧୁରିଯିବେ। ଜନ ସମ୍ପର୍କ ଅତୁଟ ରହିବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ।
ସିଂହ: ଆଳସ୍ୟ ଅନୁଭବ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଅଯଥା ସମସ୍ୟା ସୃଷ୍ଟି ହୋଇପାରେ। ଚନ୍ଦ୍ରଭୋଗ ହେଉଥିବାରୁ ଖୁବ ସତର୍କତାର ସହ ଚଳିବାକୁ ପଡ଼ିବ।
କନ୍ୟା: ଦୂର ବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତି ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ସତସଙ୍ଗୀ ହେବେ। ସତ୍ୟଧର୍ମ ପାଳନ କରିବେ। ଜ୍ଞାନଗାରିମାଯୁକ୍ତ ହେବେ। ପ୍ରଶଂସିତ ହେବାର ଯୋଗ ଅଛି।
ତୁଳା: ଅନ୍ୟ ପ୍ରରୋଚନାରେ ପଡ଼ିପାରନ୍ତି। ଆତ୍ମଗର୍ବ ଦେଖାଇପାରନ୍ତି। ପାରିବାରିକ ସୁଖ ମିଳିବ। ଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ପୁତ୍ର ସନ୍ତାନ ଲାଭ ହୋଇପାରେ।
ବିଛା: ଧୈର୍ଯ୍ୟର ସହ କାର୍ଯ୍ୟ କରି ପୁରସ୍କୃତ ହେବେ। ମନରେ ଉଦବେଗ ଜାତ ହୋଇପାରେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ରାଜବଂଶ ପୂଜିତ ହୋଇପାରନ୍ତି। ପୁତ୍ରସନ୍ତାନ ଲାଭ କରିପାରନ୍ତି।
ଧନୁ: ଆଜିର କାର୍ଯ୍ୟକୁ କାଲି କରିବାକୁ ମନସ୍ଥ କରିପାରନ୍ତି। ଚନ୍ଦ୍ରଭୋଗ ହେତୁ ସାମୟିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଦୂର ଯାତ୍ରା ଭୋଗ ଅଛି।
ମକର: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ସାଧନାରେ ସିଦ୍ଧପ୍ରାପ୍ତି ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବହୁ ଶୁଭଫଳ ଆଶାକରାଯାଏ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି।
କୁମ୍ଭ: ପରିଶ୍ରମ କରି କାର୍ଯ୍ୟକୁ ଆଗେଇ ନେବେ। ଯଶସ୍ୱୀ ହେବେ। ତ୍ୟାଗପୂତ ମନୋବୃତି ଗ୍ରହଣ କରିବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନ ହୋଇପାରନ୍ତି।
ମୀନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ରୋଜଗାର ଯଥେଷ୍ଟ ପରିମାଣର ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓକିଲ ସହାୟତାରୁ ଲାଭବାନ ହେବେ।