18.1 C
Bhubaneswar
Saturday, November 23, 2024
Homeଓଡିଶାଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା ମାମଲାର ହେବ ଶୁଣାଶି

ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ସୁରକ୍ଷା ମାମଲାର ହେବ ଶୁଣାଶି

ପୁରୀ:ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଫଳରେ ଏହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହଜାତ ହୋଇଛି । ଅନ୍ୟପକ୍ଷରେ ଗୁରୁବାର ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ମାମଲାର ବିଚାରହେବ ବୋଲି ଜଣାପଡିଛି । ତେବେ ଏହାକୁ ନେଇ ବୁଧବାର ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୁତ୍ୱରେ ସେନାର ସଦସ୍ୟମାନେ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏସର୍ମ୍ପକରେ ସେନାର ଆବାହକ ଶ୍ରୀ ପଟ୍ଟନାୟକ କୁହନ୍ତି ଯେ,ରତ୍ନଭଣ୍ଡାରରୁ ଅଳଙ୍କାର ଲୁଟ କରାଯାଇଛି । ତତ୍ ସହିତ ଏହାର ସୁରକ୍ଷା କାହାରି ଚିନ୍ତା ନାହିଁ । ଏସବୁ ଘଟଣାଉପ ରେ ସରକାରଙ୍କ ଅବଗତ ଥିଲେ ସୁଦ୍ଧା ପଦକ୍ଷେପ ନେବାକୁ ଇଛାପ୍ରକାଶ କରୁନାହାନ୍ତି ।

ସେହିପରି ଗତବର୍ଷ ଅକ୍ଟୋବର ମା ସରେ ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବା ନେଇ ଚାରି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁନି ର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ନପାଇବାରୁ ସତ୍ୟପାଠ ଦାଖଲକୁ ନେଇ ଆଶଙ୍କା ଦେଖାଦେଇଛି ବୋଲି ଅଭିଯୋଗ କରିଛି ସେନା । ତେବେ ଗୁରୁବାର ହାଇକୋର୍ଟରେମା ମଲା ବିଚାରଧିନ ରହିଥିବା ବେଳେ ରତ୍ନଭଣ୍ଡାର ସୁରକ୍ଷିତ ରହିଛି ବୋଲି ସରକାର ସତ୍ୟପାଠ କୋର୍ଟରେ ଦାଖଲ କରନ୍ତୁବୋଲି ଦାବୀ କରିଛନ୍ତି । ଅନ୍ୟପଟେ ଏଏସ୍‌ଆଇ ପକ୍ଷରୁ ୫ମାସ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠିକରିଥିବା ବେଳେପ୍ରଶାସନଚୁପ୍‌ହୋଇବସିରହିଛି ।ତେବେ ଗତ ୨୦୧୮ମସିହାର ରତ୍ନଭଣ୍ଡାର ଅସୁରକ୍ଷିତ ବୋଲି ଏକ ଟିମ୍‌କହି ଥିଲେ । ଏହାରିମଧ୍ୟରେ୫ବର୍ଷ ବିତିଯାଇଥିଲେ ସୁଦ୍ଧା ରତ୍ନଭଣ୍ଡାର ମରାମତି ଲାଗି ସରକାରଙ୍କ ତରଫରୁ କୌଣସି ବଜେଟରେ ଟଙ୍କାଟିଏ ଅନୁମୋଦନକରାଯାଇନାହିଁ ।ତେଣୁତୁରନ୍ତରତ୍ନଭଣ୍ଡାରସୁରକ୍ଷାଓଅଳଙ୍କାରଗଣତି କରାଯାଉ ବୋଲିସେନାପକ୍ଷରୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking