କୋରାପୁଟ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ଦିବସ ପାଳନ କରାଯାଉଛି। ରାଷ୍ଟ୍ରପତି ଭଵନରେ ନୃତ୍ୟ କରିବା ପାଇଁ ସୁଯୋଗ ମିଳିଛି କୋଟପାଡ଼ କଳା ବିକାଶ କେନ୍ଦ୍ରକୁ । ଆଜି କୋଟପାଡ଼ ରୁ 15 ଜଣ କଳାକାର ଅବିଭକ୍ତ କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରାକୁ ଦର୍ଶାଉଥିବା ଢ଼େମସା ବାଦ୍ୟର ନୃତ୍ୟର ତାଳେ ତାଳେ ନୃତ୍ୟ କରିବେ କୋଟପାଡ଼ରୁ ଯାଇଥିବା ଟିମ।
ତତସଙ୍ଗେ ସଙ୍ଗେ ଶେଷରେ 7 ଟି ରାଜ୍ୟରୁ ନୃତ୍ୟ କରିବାକୁ ଆସିଥିବା ଟିମ ମଧ୍ୟ ଢ଼େମସା ବାଦ୍ୟର ନୃତ୍ୟର ତାଳେ ତାଳେ ନୃତ୍ୟ କରିବେ। ସେଥିପାଇଁ କୋଟପାଡ଼ ଅଞ୍ଚଳରେ ଆଜି ଖିସିର ବାତାବରଣ ସୃଷ୍ଟି ହୋଇଛି l