24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଆଜି ହେଉଛି ଜାତୀୟ ମତଦାନ ଦିବସ

ଆଜି ହେଉଛି ଜାତୀୟ ମତଦାନ ଦିବସ

ଭୁବନେଶ୍ୱର : ଦେଶର ପ୍ରତିଟି ନାଗରିକ ମାନଙ୍କ ମତଦାନ ଦେବାର ଅଧିକାର ରହିଛି । ଭାରତ ହେଉଛି ବିଶ୍ବରେ ସବୁଠୁ ବଡ଼ ଲୋକତନ୍ତ୍ର ବିଶିଷ୍ଟ ଦେଶ । ଯେଉଁଠାରେ ପ୍ରତ୍ୟକଟି ନାଗରିକ ମାନଙ୍କୁ ମତଦାନ ଦେବାର ଅଧିକାର ରହିଛି । ୧୯୫୦ ମସିହା ଜାନୁଆରୀ ମାସ ୨୫ ତାରିଖରେ ନିର୍ବାଚନ ଆୟୋଗର ସ୍ଥାପନା କରାଯାଇଥିଲା । ଯେଉଁଥିପାଇଁ ପ୍ରତି ବର୍ଷ ଜାନୁଆରୀ ମାସ ୨୫ ତାରିଖକୁ ‘ଜାତୀୟ ମତଦାତା ଦିବସ’ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ୨୦୧୧ ମସିହାରେ ଜାତୀୟ ମତଦାତା ଦିବସ ପାଳନ ପାଇଁ ପ୍ରଥମ ଥର ଆରମ୍ଭ ହୋଇଥିଲା । ସେହି ବର୍ଷଠାରୁ ପ୍ରତିବର୍ଷ ଜାନୁଆରୀ ମାସ ୨୫ ତାରିଖକୁ ‘ଜାତୀୟ ମତଦାତା ଦିବସ’ ଭାବେ ପାଳନ କରୁଛି ସାରା ଦେଶ । ତେବେ ଚଳିତ ବର୍ଷ ମଦନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମର ବ୍ୟବାଥ କରାଯାଇଛି । ଆଜିର ଏହି ଦିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ଏକ କୋଟିରୁ ଅଧିକ ନୂଆ ଭୋଟରଙ୍କ ସହ ଭିସି ଯୋଗେ ବାର୍ତ୍ତାଳାପ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକରୁ ଅଧିକ ଯୁବବର୍ଗଙ୍କୁ ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ପ୍ରେରଣା ଯୋଗାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking