20 C
Bhubaneswar
Sunday, December 22, 2024
Homeଓଡିଶାଅଶୁଭ ସମୟରୁ ନିଜକୁ ରକ୍ଷା କରିବା ପାଇଁ ମାନନ୍ତୁ ଏହି ନିୟମ....

ଅଶୁଭ ସମୟରୁ ନିଜକୁ ରକ୍ଷା କରିବା ପାଇଁ ମାନନ୍ତୁ ଏହି ନିୟମ….

ଭୁବନେଶ୍ୱର : ଜୀବନରେ କେବେ ଖରାପ ସମୟ ଆସିଗଲେ ପ୍ରାୟତଃ ସମସ୍ତେ ଚିନ୍ତାରେ ପଡ଼ିଯା’ନ୍ତି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଡିପ୍ରେସନକୁ ଚାଲି ଯା’ନ୍ତି । କିନ୍ତୁ ଜୀବନରେ କିଛି ଖରାପ ଘଟିବା ଆଗରୁ ଆମକୁ ସଙ୍କେତ ମିଳିଥାଏ । ହୁଏତ କିଛି ଜଣ ତାକୁ ବୁଝିଥା’ନ୍ତି । ଅନ୍ୟ ସମସ୍ତେ ସେସବୁର ଅର୍ଥ ବୁଝିପାରନ୍ତି ନାହିଁ । ଜ୍ୟୋତିଷ ଶାସ୍ତ୍ର ଓ ଶଗୁନ ଶାସ୍ତ୍ରରେ ଏହି ଅଶୁଭ ସଙ୍କେତ ବିଷୟରେ କୁହାଯାଇଛି । ଯଦି ଆପଣଙ୍କ ଘରେ ଏହି ସବୁ ଅଶୁଭ ସଙ୍କେତ ଦେଖାଯାଉଛି । ତେବେ ସାବଧାନ ରୁହନ୍ତୁ । ଏଥିରୁ ବର୍ତ୍ତିବା ପାଇଁ ଶୀଘ୍ର ଉପାୟ କରିନିଅନ୍ତୁ । ଅଣଦେଖା କଲେ ବଡ଼ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ବଡ଼ ବଡ଼ ସଙ୍କଟ ଆସିବା ପୂର୍ବରୁ ଘରେ କିଛି ଅଶୁଭ ସଙ୍କେତ ଘଟିଥାଏ । ଯାହାକୁ ଆମ ବାପା ମାଆ ମଧ୍ୟ କିଛି ମାତ୍ରାରେ ଜାଣିପାରିଥା’ନ୍ତି । ଏହା ପଛରେ ଅନେକ କାରଣ ହୋଇଥାଇପାରେ । ଯେମିତିକି ପୂର୍ବଜଙ୍କ ଅସନ୍ତୋଷ, କୁଣ୍ଡଳୀରେ ଦୋଷ, ବାସ୍ତୁ ଦୋଷ କିମ୍ବା ଖରାପ କାମ । ଘରେ ପୋଷା କୁକୁର କିମ୍ବା ଅନ୍ୟ କୌଣସି ଜୀବର ଦେହ ପ୍ରତିଦିନ ଖରାପ ହେଲେ । ଅଚାନକ ଘରର ମୁଖିଆ କିମ୍ବା ଅନ୍ୟ କୌଣସି ସଦସ୍ୟଙ୍କ ସମ୍ମାନ ହାନି ହେବା । କରଜରେ ବୁଡ଼ିଯିବା କିମ୍ବା ଟଙ୍କା ଅନର୍ଥରେ ଖର୍ଚ୍ଚ ହେବା । ଘରେ କଥା କଥାରେ ଝଗଡ଼ା ହେବା । ଘରର ସଦସ୍ୟଙ୍କୁ ଭଲ ନିଦ ନହେବା । ତେବେ ଏହି ଘଟଣା ସବୁ ଘଟୁଥିଲେ ହୋଇଯା’ନ୍ତୁ ସାବଧାନ । ଏହା ହେଲେ ଘରକୁ ସଫା ସୁତୁରା ରଖନ୍ତୁ । ଅଳିଆ ଜିନିଷ ଘରେ ରଖନ୍ତୁ ନାହିଁ । ଫଟା କପଡ଼ା ପିନ୍ଧନ୍ତୁ ନାହିଁ । ନଚେତ ଦୁର୍ଭାଗ୍ୟ ଆପଣଙ୍କୁ ପାଖକୁ ଚାଲିଆସିବ । ଏହାସହ ନିଶା ଦ୍ରବ୍ୟଠୁ ଦୂରେଇ ରୁହନ୍ତୁ । ଆମିଷ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀର ଶୁଭ ଯୋଗ ଦୁର୍ବଳ ହୋଇଯିବ । ସେଥିପାଇଁ ଆପଣଙ୍କୁ ପ୍ରତିକାର କରିବାକୁ ପଡ଼ିବ । ପ୍ରତିଦିନ ସଙ୍କଟମୋଚନଙ୍କ ନାମ ସ୍ମରଣ କରନ୍ତୁ । ସକାରାତ୍ମକ ଦିଗରେ ପ୍ରଭୁଙ୍କୁ ମନେ ପକାଇ ସର୍ବଦା ଉଚିତ କାମ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking