31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହସ୍ପିଟାଲରେ ଟିଏମ୍‌ସି ସୁପ୍ରିମୋ

ହସ୍ପିଟାଲରେ ଟିଏମ୍‌ସି ସୁପ୍ରିମୋ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଟିଏମ୍‌ସି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ମମତାଙ୍କ ଏକ ଆଘାତପ୍ରାପ୍ତ ଫଟୋ ସେୟାର କରିବା ସହ ଉଲେ୍‌ଲଖ କରିଛି ଯେ, ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ମୁଣ୍ଡ କପାଳରେ ଶକ୍ତ ଆଘାତ ଲାଗିଛି ଏବଂ ଡାକ୍ତରୀ ଦଳ ମଧ୍ୟ ଏହା ଗୁରୁତର ଆଘାତ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ମମତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଟିଏମ୍‌ସି ରାଜ୍ୟବାସୀ ମମତାଙ୍କ ସମର୍ଥକ ତଥା ପ୍ରଶଂସକଙ୍କୁ ଅନୁୂରୋଧ କରିଛି ।

ତେବେ ଏସମ୍ପର୍କରେ ଦଳ କିମ୍ବା ସରକାରଙ୍କ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ । ଟିଏମ୍‌ସି ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ମମତାଙ୍କ କପାଳରେ ଶକ୍ତ ଆଘାତ ଲାଗିଥିବା ଏବଂ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ବେଡ୍‌ରେ ମମତା ବିଶ୍ରାମ କରୁଥିବା ଦେଖିବାକୁ ମିଳିଛି । ମମତା ଆଜି ନିଜ ବାସଭବନରେ ପଡିଯାଇଥିଲେ ଏବଂ ଏହି କାରଣରୁ ତାଙ୍କୁ ଏପ୍ରକାର ଆଘାତ ଲାଗିଥିବା ଦଳୀୟ ସୂତ୍ରରୁ ଜାଣିବାକୁ ମିଳିଛି । ତେବେ ସମ୍ପ୍ରତି ମମତାଙ୍କୁ ଏସଏସ୍‌କେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ଉପରାଷ୍ଟ୍ରପତି ଜଗଦୀପ ଧନକାର ମମତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking