30.1 C
Bhubaneswar
Thursday, May 9, 2024
Homeଓଡିଶାଟାଇମ୍ସ ୱାର୍ଲ୍ଡ ର‌୍ୟାଙ୍କିଙ୍ଗରେ ସୋଆ କ୍ରମାଗତ ଉନ୍ନତି

ଟାଇମ୍ସ ୱାର୍ଲ୍ଡ ର‌୍ୟାଙ୍କିଙ୍ଗରେ ସୋଆ କ୍ରମାଗତ ଉନ୍ନତି

ଭୁବନେଶ୍ୱର, : ଟାଇମ୍ସ ହାୟର ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗସ -୨୦୨୪ରେ ସଫଳତାର ଶିଢ଼ି ଚଢ଼ି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି ।
ଟିଏଚ୍‌ଇ ବିଶ୍ୱ ର‌୍ୟାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍‌ରେ ରହିଥିଲା ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍‌ଇ ର‌୍ୟାଙ୍କିଙ୍ଗ କରାଯାଇଥାଏ । ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍‌ଭାଇରନ୍‌ମେଂଟ), ରିସର୍ଚ୍ଚ ଏନ୍‌ଭାଇରନ୍‌ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରୀ ଆଣ୍ଡ ଇନ୍‌ଟରନ୍ୟାସ୍‌ନାଲ୍ ଆଉଟଲୁକ୍ (ଇନ୍‌ଟରନ୍ୟାସ୍‌ନାଲ୍ ଷ୍ଟାଫ୍‌, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ) ।
୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌) ୧୬ତମ ଓ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ) ୨୭ତମ ସ୍ଥାନ ହାସଲ କରିଥିଲା । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଲିଗାଲ ଷ୍ଟଡିଜ୍ (ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ) ଦେଶରେ ୮ମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ୯ମ ସ୍ଥାନରେ ରହିଥିଲା ।
ସମ୍ମାନ ଜନକ କ୍ୟୁଏସ୍ ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍‌ସରେ ୨୦୨୩ରେ ସୋଆ ୧୦୦୧ ପ୍ଲସ୍ -୧୨୦୦ ବ୍ରାକେଟ୍‌ରେ ସ୍ଥାନ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking