ନୟାଗଡ଼ : ବାଘଛାଲ ର୍ୟାକେଟର ପର୍ଦ୍ଦାଫାସ । ନୟାଗଡ଼ ଜିଲ୍ଲାରୁ ଗୋଟିଏ ସପ୍ତାହ ଭିତରେ ୪ ଟି ବାଘଛାଲ ଜବତ ହୋଇଛି । ଆଜି ପୁଣି ରଣପୁର ଅଞ୍ଚଳରୁ ୨ଟି ବାଘ ଛାଲ ଜବତ କରାଯିବା ସହ ଜଣେ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ , ଜିଲ୍ଲାରେ ବାଘଛାଲ ବିକ୍ରି ପାଇଁ ଯୋଜନା ହେଉଥିବାର ଖବର ଏସଟିଏଫ ପାଇଥିଲେ । ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ସେମାନଙ୍କ ଉପରେ ନଜର ରଖିଥିଲେ । ଡ଼ିଲ୍ ସମୟରେ ଚଢାଉ କରି ୨ଟି ବାଘ ଛାଲ ଜବତ କରିଥିଲେ କ୍ରାଇମବ୍ରାଞ୍ଚ ଏସଟିଏଫ । ଏଥିସହ ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫକରାଯାଇଛି । ଅଧିକ ଖୋଳତାଡ଼ ପାଇଁ ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚୁରା ଜାରି ରହିଛି । ଗିରଫ ମାଷ୍ଟରମାଇଣ୍ଡ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଜାମବନ୍ଧୁ ଅଞ୍ଚଳର ବୋଲି ସୂଚନା ମିଳିଛି । ବାଘ ଛାଲ କୁ ବିକ୍ରି କରିବାକୁ ଡ଼ିଲ୍ ଚାଲିଥିବା ବେଳେ ଏସଟିଏଫ ଦ୍ୱାରା ଗିରଫ ହୋଇଥିଲେ ମାଷ୍ଟରମାଇଣ୍ଡ । ୨ରୁ ୩ ଲକ୍ଷ ଟଙ୍କାରେ ବିକିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଥିଲେ । ତେବେ ଗତ ସପ୍ତାହକ ମଧ୍ୟରେ ୪ଟି ବାଘଛାଲ ଜବତ କଲେଣି ଏସଟିଏଫ ।
ଅନ୍ୟପକ୍ଷରେ , ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ , କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ବାଘ ଶିକାରରେ ଅନ୍ୟ କାହାର ହାତ ଅଛି ଓ ବାଘକୁ କେଉଁ ଅଞ୍ଚଳରୁ ଶିକାର କରାଯାଇଛି ସେ ବିଷୟରେ ତଦନ୍ତ ଜାରି ରହିଛି ।