32.1 C
Bhubaneswar
Thursday, March 28, 2024
Homeଓଡିଶାରୁଟି ବନାମ ପରଟା : ରୁଟି କିମ୍ବା ଚପାତି ପାଇଁ ୫ ପ୍ରତିଶତ ଜିଏସଟି ,ପରଟା...

ରୁଟି ବନାମ ପରଟା : ରୁଟି କିମ୍ବା ଚପାତି ପାଇଁ ୫ ପ୍ରତିଶତ ଜିଏସଟି ,ପରଟା ପାଇଁ ୧୮ ପ୍ରତିଶତ ଜିଏସଟି

ଭୁବନେଶ୍ୱର : ରୁଟି ବନାମ ପରଟା । ଏହା ଏମିତି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆପଣ ଏଥର ହୋଟଲ କି ରେଷ୍ଟୁରାଣ୍ଟରେ ବସି ରୁଟି ,ପରଟା ଖାଇବା ବେଳେ ନିଶ୍ଚିନ୍ତ ଚିନ୍ତା କରିବେ । ଆମେ ଏପରି ଏକ ଖବର ଦେବୁ , ଯେଉଁଥିରେ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ । ଖବରଟି ହେଲା ପରଟା ଖାଇଲେ ଆପଣଙ୍କୁ ରୁଟି ଅପେକ୍ଷା ଅଧିକ ଟିକସ ଦେବାକୁ ପଡ଼ୁଛି । ଏଠି ପ୍ରଶ୍ନ ଉଠୁଛି, ରୁଟି, ଚପାତି ହେଉ କି ପରଟା ସବୁର ତିଆରି ଅଟାରୁ ହୁଏ । କିନ୍ତୁ ରୁଟି କିମ୍ବା ଚପାତି ପାଇଁ ୫ ପ୍ରତିଶତ ଜିଏସଟି ଦେଉଥିବା ବେଳେ ପରଟା ପାଇଁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ୁଛି ।
ବେଙ୍ଗାଳୁରୁ କମ୍ପାନି ଆଇଡି ଫ୍ରେସ ଫୁଡ୍ସ ଏକ ସ୍ୱତନ୍ତ୍ର ଅଦାଲତକୁ ଯିବା ପରେ ରୁଟି ପରଟା ଉପରେ ନିଆଯାଉଥିବା ଏହି ଅଲଗା ଅଲଗା ଜିଏସଟି ବାବଦରେ ଜଣାପଡିଛି । ସ୍ୱତନ୍ତ୍ର ଅଦାଲତ ଅଥରିଟି ଅଫ ଆଡଭାନ୍ସ ରୁଲିଂସ ପକ୍ଷରୁ କୁହାଯାଇଛି- ଅଟା ପରଟା କିମ୍ବା ମାଲାବାର ପରଟା ୩ରୁ ୫ ଦିନ ପର୍ଯ୍ୟନ୍ତ ରଖି ଖିଆ ଯାଇପାରିବ ।
ଏହା ରେଡି-ଟୁ-ଇଟ୍ ଖାଦ୍ୟ ବର୍ଗର ନୁହେଁ । କାରଣ ଖାଇବା ପୂର୍ବରୁ ଏହାର ପୁଣି ଗରମ କରିବାକୁ ପଡିଥାଏ । ତେଣୁ ଏହା ଉପରେ ୧୮ ପ୍ରତିଶତ ହାରରେ ଜିଏସଟି ଆଦାୟ ଜାରି ରହିବ । କିନ୍ତୁ ଖାକ୍ରା କିମ୍ବା ଅଟାରେ ପ୍ରସ୍ତୁତ ସାଦା ରୁଟି ରେଡି-ଟୁ-ଇଟ୍ ବର୍ଗରେ ଆସୁଛି । ଅଧିକାଂଶ ଲୋକ ମଧ୍ୟ ରୁଟି ଖାଇଥାନ୍ତି । ତେଣୁ ଏହା ଉପରେ ୫ ପ୍ରତିଶତ ହାରରେ ଜିଏସଟି ଆଦାୟ ଜାରି ରହିବ । ଅଥରିଟି ଅଫ ଆଡଭାନ୍ସ ରୁଲିଂସର ଏଭଳି ରାୟ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଭଳି ରୋଚକ ଖବର ସାମ୍ନାକୁ ଆସିବା ପରେ ହ୍ୟାସଟ୍ୟାଗ ହ୍ୟାଣ୍ଡସଅଫ ପରଟା ଟ୍ରେଣ୍ଡ ହେବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking