30.1 C
Bhubaneswar
Monday, May 20, 2024
Homeଓଡିଶାମାତିଛି କଲରାପତରିଆ: ୪ ଛେଳି ଶିକାର

ମାତିଛି କଲରାପତରିଆ: ୪ ଛେଳି ଶିକାର

ଭୁୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଉପସ୍ଥିତି ଜାହିରି କରିଥିବା ବେଳେ ଏବେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମାତିଛି। ବାର୍‌ହାଟିପୁରା ଗ୍ରାମ ନିକଟ ରଜାବନ୍ଧ ମୁଣ୍ଡାବସ୍ତିର ୪ଟି ଛେଳିକୁ ବାଘ ମାରିଥିବା ବେଳେ ୧୦ ଛେଳି ନିଖୋଜ ଥିବା ଜଣାପଡ଼ିଛି। ଛେଳିଙ୍କ ମୃତଦେହ ପାଖରୁ ବାଘର ପାଦଚିହ୍ନ ଠାବ ହୋଇଥିବାରୁ ବାରବାଙ୍କ ଜଙ୍ଗଲ ନିକଟ କାଳିମାଟି, ଦୁଧିଆନାଳୀ, ରଜାବନ୍ଧ, ସୁନାରିପଶି ସମେତ ଆଖପାଖ ଗ୍ରାମର ଲୋକଙ୍କୁ ଜଙ୍ଗଲ ଭିତରକୁ ନଯିବାକୁ ବନ ବିଭାଗ ପରାମର୍ଶ ଦିଆଯାଇଛି। ଏନେଇ ଆଜି ଡାକବାଜି ଯନ୍ତ୍ର ଦ୍ବାରା ସଂପୃକ୍ତ ଗ୍ରାମର ଲୋକଙ୍କୁ ସତର୍କ କରାଯାଇଛି।

ଘଟଗାଁ ରେଞ୍ଜ ଢେଙ୍କିକୋଟ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରଜାବନ୍ଧ ମୁଣ୍ଡାବସ୍ତିର ଲୋକେ ଗତକାଲି ୫୦ରୁ ଊର୍ଦ୍ଧ୍ବ ଛେଳି ନେଇ ବାରବାଙ୍କ ସଂରକ୍ଷିତ ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ଅପରାହ୍‌ଣରେ ପ୍ରବଳ ବର୍ଷା ଯୋଗୁଁ ସେମାନେ ଛେଳି ଗୁଡ଼ିକୁ ଫେରାଇ ଆଣିପାରି ନଥିଲେ। ଆଜି ସକାଳୁ ଛେଳି ଖୋଜିବା ପାଇଁ ଲୋକେ ଜଙ୍ଗଲକୁ ଯାଇଥିଲେ। ବିଭିନ୍ନ ସ୍ଥାନରେ ୪ଟି ଛେଳି କ୍ଷତବିକ୍ଷତ ହୋଇ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଫରେଷ୍ଟ ଗାର୍ଡ ଶାନ୍ତିଲତା ମୁଣ୍ଡାରିକୁ ଜଣାଇଥିଲେ। ଫରେଷ୍ଟ ଗାର୍ଡ ଏ ସମ୍ପର୍କରେ ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁରଙ୍କୁ ଅବଗତ କରିଥିଲେ। ଶ୍ରୀ କୁଅଁରଙ୍କ ନିର୍ଦେଶକ୍ରମେ ଘଟଗାଁ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ଢେଙ୍କିକୋଟ ଫରେଷ୍ଟର ଚିତ୍ତରଂଜନ ପରିଡ଼ା, ଫରେଷ୍ଟ ଗାର୍ଡ ଶାନ୍ତିଲତା ମୁଣ୍ଡାରି, ବାଘ ବିଶେଷଜ୍ଞ ନିମାଇ ଚରଣ ପଲେଇଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ପାରା କର୍ମଚାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଘର ପାଦଚିହ୍ନ ଠାବ କରି ମାପଚୁପ କରିବା ପରେ ଏହା କଲରାପତରିଆ ବାଘ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking