29.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶଦ୍ୱିତୀୟ ଦିନରେ ଜବରଦସ୍ତ ଆୟ କଲା ‘ଟାଇଗର ୩’

ଦ୍ୱିତୀୟ ଦିନରେ ଜବରଦସ୍ତ ଆୟ କଲା ‘ଟାଇଗର ୩’

ନୂଆଦିଲ୍ଲୀ: ସଲମାନଙ୍କ ଫିଲ୍ମ ‘ଟାଇଗର ୩’ ଦୀପାବଳିରେ ରିଲିଜ ହୋଇ ଜବରଦସ୍ତ ଆୟ କରୁଛି । ସଲମାନ ଏବଂ କ୍ୟାଟ୍ରିନାଙ୍କ ଫିଲ୍ମ ପ୍ରଥମ ଦିନରେ ୪୪ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ରେକର୍ଡ ଆୟ କରିଛି । ପ୍ରଥମ ଦିନରେ ଫିଲ୍ମ ଗଦର ୨ ଏବଂ ଦ୍ୱିତୀୟ ଦିନରେ ଫିଲ୍ମ ଜଓ୍ଵାନ ଆୟକୁ ପଛରେ ପକାଇଛି ‘ଟାଇଗର ୩’ । ଓପନିଂ ଡେ’ରେ ସଲମାନ ଖାନଙ୍କ କୌଣସି ଫିଲ୍ମ କେବେ ହେଲେ ଏତେ ଟଙ୍କା ଆୟ କରି ନଥିଲା ।

ସଲମାନଙ୍କ ଟାଇଗର ୩ ଦ୍ୱିତୀୟ ଦିନରେ ପାଖାପାଖି ୫୭.୫୦ କୋଟି ଆୟ କରିଛି । ଏହାସହିତ ୧୦୦କୋଟି କ୍ଲବରେ ସାମିଲ ହୋଇଛି । ସନି ଦେଓ୍ଵଲଙ୍କ ଫିଲ୍ମ ଗଦର ୨ ପ୍ରଥମ ଦିନ ଅପେକ୍ଷା ଅଧିକ ୪୩ କୋଟି ଟଙ୍କା ଆୟ କରିଥିଲା । ସେହିପରି ଜଓ୍ଵାନ ଦ୍ୱିତୀୟ ଦିନରେ ୫୩ କୋଟି ଆୟ କରିଥିଲା । ହେଲେ ଟାଇଗର ୩ ଏସବୁକୁ ପଛରେ ପକାଇ ଦେଇଛି ।

ଟାଇଗର ୩ ସଲମାନଙ୍କ କ୍ୟାରିଅରର ସବୁଠୁ ବଡ ଓପନିଂ ଫିଲ୍ମ । ତେବେ ଯଦି ଫିଲ୍ମ ଏମିତି ଆୟ କରେ, ତେବେ ଖୁବଶୀଘ୍ର ୫୦୦ କୋଟି କ୍ଲବରେ ଫିଲ୍ମ ସାମିଲ ହୋଇଯିବ ।

ତେବେ ଟାଇଗର ୩’ ଫିଲ୍ମରେ ଶାହରୁଖ ଖାନଙ୍କ କେମିଓ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଦିଓ୍ଵାନା ହୋଇଛନ୍ତି । ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମୀଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିଛି । ଖଳନାୟକ ଭାବେ ଇମ୍ରାନ ଫ୍ୟାନ୍ସଙ୍କ ମନ ଛୁଇଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking