27.1 C
Bhubaneswar
Tuesday, July 8, 2025
Homeଓଡିଶାଟିକେଟ୍ ପାଇଁ ଦଳାଚକଟା : ଘଟଣାସ୍ଥଳରେ କଟକ ଡିସିପି

ଟିକେଟ୍ ପାଇଁ ଦଳାଚକଟା : ଘଟଣାସ୍ଥଳରେ କଟକ ଡିସିପି

କଟକ:ଟିକେଟ୍ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଦଳଚକଟା ପରିସ୍ଥିତି ଉପୁଜିଛି । ଟିକେଟ୍ ପାଇଁ ଲୋକଙ୍କ ଉପରେ ଭିଡ ଚଢିଯାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ନାକେଦମ୍ ହୋଇପଡିଲାଣି । ଏହାରି ଭିତରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି । ଟିକେଟ୍ ପାଇଁ ସ୍ଥିତି ଅଣାୟତ । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ଦେଖିବାରୁ ମିଳିଥିଲା । ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ଟିକେଟ୍ କାଉଣ୍ଟର ଖୋଲିବା ପରେ ଭିଡ ଧିରେ ଧିରେ ବଢି ଠେଲାପେଲା ସ୍ଥିତିରେ ପହଞ୍ଚିଥିଲା । ଠେଲାପେଲା ଓ ଭିଡ ଭିତରେ ଅନେକ ଲୋକ ଅଚେତ୍ ହୋଇପଡିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking