18.1 C
Bhubaneswar
Monday, November 25, 2024
Homeଓଡିଶାସମାଜ କଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମ ଜରିଆରେ; ଉଦାହରଣ ପ୍ରସ୍ତୁତ କରିଚାଲିଛି ଜ୍ୟୋତି ଲେଡିଜ୍ କ୍ଲବ୍‌

ସମାଜ କଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମ ଜରିଆରେ; ଉଦାହରଣ ପ୍ରସ୍ତୁତ କରିଚାଲିଛି ଜ୍ୟୋତି ଲେଡିଜ୍ କ୍ଲବ୍‌

ପାରାଦୀପ: ଜ୍ୟୋତି ଲେଡିଜ୍ କ୍ଲବ୍‌, ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିମିଟେଡ୍ (ଇଫ୍‌କୋ) ପାରାଦୀପ, ପାରାଦୀପ ତଥା ଏହାର ଆଖପାଖରେ ବିଭିନ୍ନ ବର୍ଗର ବିକାଶ କାର୍ଯ୍ୟକ୍ରମ ଜାରି ରଖିଆସିଛି । ଇଫ୍‌କୋର ପ୍ରଥମ ମହିଳା ରେଖା ଅୱସ୍ଥିଙ୍କ ବଳିଷ୍ଠ ତଥା ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଅନ୍ତର୍ଗତ ଜ୍ୟୋତି ଲେଡିଜ୍ କ୍ଲବ୍ ବିଭିନ୍ନ ସାମାଜିକ ତଥା ସଚେତନାଭିତ୍ତିକ କାର୍ଯ୍ୟକ୍ରମକୁ ରୂପାୟିତ କରିଆସୁଛି । ବିଭିନ୍ନ ଅଙ୍ଗନୱାଡି ସେଣ୍ଟରରେ ପିଲାମାନଙ୍କୁ ସ୍କୁଲ୍ କିଟ୍ସ, ପାଣି ବୋତଲ, ଟିଫିନ୍ ବକ୍ସ ମଧ୍ୟ ବଣ୍ଟନ କରାଯାଇଛି । ଆର୍ଥିକସ୍ତରରେ ପଛୁଆ ମହିଳାମାନଙ୍କୁ ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ଲେଡିଜ୍ କିଟ୍ ସହ ବିଭିନ୍ନ ଗୋଶାଳାକୁ ଗୋଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମ ଆଳରେ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ପଲିଥିନ୍ ବ୍ୟାଗ୍ ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ପଲିଥିନ୍ ବ୍ୟାଗ୍‌ର ବିକଳ୍ପ ଭାବେ ଜ୍ୟୋତି ଲେଡିଜ୍ କ୍ଲବ୍ ନିକଟସ୍ଥ ଅଞ୍ଚଳରେ କପା ବ୍ୟାଗ୍ ବଣ୍ଟନ କରିଥିଲା । ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ସ୍ଥାନୀୟ ମହିଳାମାନଙ୍କୁ ସେମାନଙ୍କ ଘର ବଗିଚାରେ ରୋଷେଇ ବଗିଚା (ପନିପରିବା ଲଗାଇବା ପୂର୍ବକ) ପ୍ରସ୍ତୁତ କରିବାକୁ ଉତ୍ସାହିତ କରାଯାଇଥିଲା । ଏସବୁ ସହ ଜ୍ୟୋତି ଲେଡିଜ୍ କ୍ଲବ୍ ପକ୍ଷରୁ ବନ୍ୟା, ମରୁଡ଼ି, ବାତ୍ୟା ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ପୀଡିତଙ୍କ ଆବଶ୍ୟକତାକୁ ହୃଦବୋଧପୂର୍ବକ ସେମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟକୁ ମଧ୍ୟ ଯଥାସମ୍ଭବ ତ୍ୱରାନ୍ୱିତ କରାଯାଇଥାଏ । ଦୀର୍ଘ ସମୟ ଧରି ଅସ୍ୱାଭାବିକ୍ ପରିସ୍ଥିତି ମଧ୍ୟରେ ଜ୍ୟୋତି ଲେଡିଜ୍ କ୍ଲବ୍‌ର ସଦସ୍ୟାମାନେ ନିସ୍ୱାର୍ଥପର ଭାବେ ସମାଜ ସେବା କରିଥିଲେ ଯାହାକି ସେମାନଙ୍କ ଦୟା, ଶକ୍ତି ତଥା ସାମର୍ଥ୍ୟକୁ ପ୍ରଦର୍ଶିତ କରିଥିଲା । ବିପର୍ଯ୍ୟୟ ସମୟରେ ସେମାନେ କେବଳ ଅଦମ୍ୟ ପ୍ରତିବଦ୍ଧତା ପ୍ରଦର୍ଶନ କରିନଥିଲେ ବରଂ ଆବଶ୍ୟକ କରୁଥିବା ଲୋକଙ୍କୁ ସାନ୍ତ୍ୱନା ଏବଂ ସମର୍ଥନ ମଧ୍ୟ ପ୍ରଦାନ କରିଥିଲେ ।
ରେଖା ଅୱସ୍ଥିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଥିବା କାର୍ଯ୍ୟକ୍ରମରେ ଶ୍ରୀମତୀ ଅୱସ୍ଥି ଜ୍ୟୋତି ଲେଡିଜ୍ କ୍ଲବ୍ ଦ୍ୱାରା ପରିଚାଳିତ ବହୁମୂଲ୍ୟ ଅନ୍ତର୍ନିହିତ କଲ୍ୟାଣ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସେ ମୁଖ୍ୟତଃ ଅଭାବୀ ଲୋକ ତଥା ଆବଶ୍ୟକ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ସେବା ତଥା ସାହାଯ୍ୟ ସହଯୋଗ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜ୍ୟୋତି କ୍ଲବ୍ ସଭାପତି ମମତା ପଟେଲ, ସଚିବ ଚନ୍ଦନା ସାହୁ ଏବଂ ଜ୍ୟୋତି କ୍ଲବ୍‌ର ସମସ୍ତ ସଦସ୍ୟା ଏବଂ ଇଫ୍‌କୋ, ପାରାଦୀପର ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking