20.3 C
Bhubaneswar
Monday, January 6, 2025
Homeଓଡିଶାତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ

ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ

ପୁରୀ : ଚଳଚଂଚଳ ରଥଖଳା । ଗତକାଲି ପବିତ୍ର ସ୍ନାନ ପୂର୍ଣ୍ଣିମା ତିଥି ରେ ତିନିରଥରେ ‘ଚଉଦ ନାହାକା’ ଖମ୍ବୀ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡା ସଂଯୋଗ ହୋଇ ମଝି ଭୂଇଁ ଫ୍ରେମ ସଂଯୋଗ ହୋଇଥିଲା । ଆଜି ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ‘ଢମକ’ ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଯାଇଛି । ସୂଚନା ଥାଉ ଯେ, ଏହି ଢମକ ଚାରିନାହାକାର ଭିତର ପଟ ଏବଂ ବାହାର ପଟକୁ କାଗି ପଡ଼ିଅଛି ଏହା ଉପରେ ବେଦୀ ନିର୍ମାଣ ପାଇଁ ପଟା ବାଡ଼ିଆ ଯିବ ।

ତିନିରଥର ଢମକ ପଡିବା ପରେ ଆଜି ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ଫ୍ରେମ ନିର୍ମାଣ ଶେଷ ପରେ ତିନିରଥରେ ସଂଯୋଗ ହୋଇଅଛି । ଏହି ତୃତୀୟ ଭୂଇଁ ୪ ଗୋଟି ଚଉତା ବର୍ଗା କାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ ଟି ଭୂଇଁ ଗୋଡ଼ ଉଠି ଭୁଇଁର ଚାରି ପଟ ପ୍ରତି ପାର୍ଶ୍ୱରେ ୬ ଟି ଲେଖାଁଏ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠିଅଛି । ଅନ୍ୟପଟେ ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୋଦେଇ ଶେଷ ପରେ ଚିତ୍ରକାର ମାନେ ସେଥିରେ ରଙ୍ଗ ଚିତ୍ର କରିବେ । ଆଜି ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ର ତୃତୀୟ ଭୂଇଁ କଣ୍ଟା ନିର୍ମାଣ ସାରି ରଥ ଖଳାକୁ ଯୋଗାଇବା ପରେ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଏବଂ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking