ଭୁବନେଶ୍ୱର: ମନୀଷ ଦାସ ହତ୍ୟା ମାମଲାର ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ଇନଫୋସିଟି ଥାନା ପୋଲିସ । ୪ ଦିନିଆ ରିମାଣ୍ଡରେ ଝାରପଡା ଜେଲରୁ ଇନଫୋସିଟି ଥାନାକୁ ଯାଇଛନ୍ତି ୩ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରାଯିବ ବୋଲି ଡିସିପି କହିଛନ୍ତି । ରବିବାର ଦିନ ଜେଏମ୍ଏଫ୍ସି ମାମଲାର ଗୁରୁତ୍ବ ଅନୁଭବ କରି ୪ଦିନିଆ ରିମାଣ୍ଡରେ ଆଣିବାକୁ ଅନୁମତି ଦେଇଛନ୍ତି । ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଓ କ୍ରାଇମ୍ ସିନ୍ର ସମସ୍ତ ପୂରା ଥିଓରିକୁ ଚାର୍ଜସିଟ୍ରେ ଦାଖଲ କରିବା ପାଇଁ ଆସନ୍ତାକାଲିଠାରୁ ଇନ୍ଫୋସିଟି ପୁଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ।
ଅନ୍ୟପଟେ ଏମ୍ସ ପକ୍ଷରୁ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ବନ୍ଧୁମାନଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ଗତକାଲି ସୂଚନା ଦେଇଥିଲା । ତେଣୁ ଏହି ଦୁଇଟି ତଥ୍ୟକୁ ଅନୁଶୀଳନ କଲେ, ଉଭୟ ପ୍ରାଥମିକ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ତାଳମେଳ ନାହିଁ ।
ସୂଚନାଯୋଗ୍ୟ , ଗତ ୯ ତାରିଖ ଶନିବାର ସନ୍ଧ୍ୟାରେ ମନୀଷ କିଛି ଯୁବକଙ୍କ ସହ କାର ଯୋଗେ କେଉଁଆଡ଼େ ଯାଉଥିବା ନେଇ ତାଙ୍କ ବାପା ନବୀନ ଦାସ ସୂଚନା ଦେଇଥିଲେ । ଏହାପରେ ରବିବାର ପୁଅ ନିଖୋଜ ହେବା ନେଇ ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ ହୋଇଥିବାବେଳେ ଦିନ ପ୍ରାୟ ୧.୩୦ ମିନିଟ୍ ବେଳକୁ ତାଙ୍କର ମୃତଦେହ ପାତ୍ରପଡ଼ା ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।