33.1 C
Bhubaneswar
Saturday, October 5, 2024
Homeଓଡିଶାଯୁବତୀଙ୍କୁ ଦୁର୍ବ୍ୟବହାର କରି ତିନି ଜଣ ଗିରଫ

ଯୁବତୀଙ୍କୁ ଦୁର୍ବ୍ୟବହାର କରି ତିନି ଜଣ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କର ସାଙ୍ଗ ସହ ଗତ ୦୪/୧୧/୨୨ ତାରିଖ ଦିନ ୨.୩୦ ମିନଟ ରେ ସୁନାବେଡ଼ା ସ୍ଥିତ ଚି଼କାପାର ଶିବ ମନ୍ଦିର ଦର୍ଶନ କରି ଫେରୁଥିବା ସମୟରେ ସେଠାକାର ସ୍ଥାନୀୟ ତିନି ଜଣ ଯୁବକ ଯୁବତୀଙ୍କୁ ଖରାପ ବ୍ୟବହାର କରିବା ସହିତ ପାଞ୍ଚ ହଜାର ଟଙ୍କା ମାଗିଥିଲେ | ଟଙ୍କା ନ ଦେବାରୁ ଝିଅ ସହିତ ଅସଦାଚରଣ କରିବା ସହିତ ଏକ ହଜାର ସତୁରୀ ଟଙ୍କା , ମୋବଇଲ ଏବଂ ସ୍କୁଟି ନଂ ଓ ଡି ୧୦ ପି ୫୫୧୫ ଛଡାଇ ନେଇଯାଇଥିଲେ | ଘଟଣା ସମ୍ପର୍କରେ ଜୈନକ ଯୁବତୀ ନିଜେ ଆସି ସୁନାବେଡା ଥାନାରେ ଅଭିଯୋଗ କଲାପରେ ତାକୁ ଆଧାର କରି ପୋଲିସ ଏକ କେଶ ରୁଜୁ କରି ତଦନ୍ତ ଚଳାଇ ଚି଼କାପାର ଗ୍ରାମର ଧୂନିଆ ମଛଲୀପଡ଼ିଆ, ସଞ୍ଜୟ କାଡମ, ଘେନୁ ମାଛ ଙ୍କୁ ଗିରଫ କରିବା ସହ ଦୃବର୍ତ୍ତ ମାନେ ଛଡାଇ ନେଇଥିବା ମୋବାଇଲ, ଟଙ୍କା ଏବଂ ସ୍କୁଟି କୁ ଜବତ କରି ତିନି ଜଣ ଙ୍କୁ କୋର୍ଟକୁ ଚାଲାଣ କରିଛନ୍ତି |ସୁନାବେଡ଼ା ଥାନା ଆଇ ଆଇ ସି ଉଲ୍ଲାସ ଚନ୍ଦ୍ର ରାଉତ ଏବଂ ଏସ ଡି ପି ଓ ମନୋଜ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ର ପୁଙ୍ଖାନୁପୁଙ୍ଖ ବିବରଣୀ ଉପସ୍ଥାପନ କରିଥିଲେ । ଏପରି ଚୋରି ଓ ଲୁଟତରାଜ ଯୋଗୁଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି ତଥାପି ପୋଲିସର ଏଭଳି ତୁରନ୍ତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking