31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶରକ୍ତର ଆଉ ତିନୋଟି ରଙ୍ଗ: ଜାଣନ୍ତୁ ମଣିଷ ଏବଂ ପଶୁଙ୍କ ବ୍ଲଡରେ କ’ଣ ଥାଏ ପାର୍ଥକ୍ୟ

ରକ୍ତର ଆଉ ତିନୋଟି ରଙ୍ଗ: ଜାଣନ୍ତୁ ମଣିଷ ଏବଂ ପଶୁଙ୍କ ବ୍ଲଡରେ କ’ଣ ଥାଏ ପାର୍ଥକ୍ୟ

ନୂଆଦିଲ୍ଲୀ : ଶରୀର ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ନେଇ ଲଗାତାର ରିସର୍ଚ୍ଚ ଜାରି ରହିଛି । ଏହି ରିସର୍ଚ୍ଚ ଭିତରେ ରକ୍ତ ଏବଂ ଏହାର ରଙ୍ଗକୁ ନେଇ ଆସିଛି ନୂଆ ତଥ୍ୟ । ରକ୍ତର ରଙ୍ଗ ଲାଲ୍ ବୋଲି ଆମେ ସମସ୍ତେ ଜାଣିଛନ୍ତି ଆଉ ଦେଖିଛନ୍ତି ମଧ୍ୟ । କିନ୍ତୁ ଏହା ଭୁଲ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି । ରକ୍ତ କେବଳ ଲାଲ ନୁହେଁ, ଏାର ୪ଟି ରଙ୍ଗ ଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । ତେବେ ଏହା ଅଲଗା ଅଲଗା ଜୀବଙ୍କ ଶରୀରରେ ଦେଖାଯାଇଥାଏ ।

ରକ୍ତର ୪ଟି ରଙ୍ଗରେ ବହିଥାଏ । ଲାଲ ବ୍ୟତୀତ ନୀଳ ରକ୍ତ(), ସବୁଜ ରକ୍ତ() ଏବଂ ବାଇଗଣୀ ରକ୍ତ() ମଧ୍ୟ ରହିଛି । ତେବେ ଅଲଗା ଅଲଗା କାମ ପାଇଁ ଅଲଗା ରଙ୍ଗର ଏବଂ ଭିନ୍ନ ଭିନ୍ନ ଜୀବଙ୍କ ଦେହରେ ରକ୍ତ ପ୍ରବାହିତ ହୋଇଥାଏ । ମଣିଷ ବ୍ୟତୀତ ଅଧିକାଂଶ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ପ୍ରବାହିତ ହୋଇଥାଏ ଏହି ଲାଲ ରକ୍ତ । ହିମୋଗ୍ଲୋବିନ ହେଉଛି ଏହି ରକ୍ତର ରାସାୟନିକ ମିଶ୍ରଣ । ଏହାର ସବ ୟୁନିଟ ହିମରେ ଅଧିକ ପରିମାଣରେ ଆଇରନ ଭରି ରହିଥାଏ । ଏଥିପାଇଁ ଅକ୍ସିଜେନ ନେବା ବେଳେ ଏଥିରେ ପ୍ରସ୍ତୁତ ହେଉଥିବା ରାସାୟନିକ ଆକୃତି ଏହାକୁ ଲାଲ ରଙ୍ଗ ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking