ରୀବା : ମଧ୍ୟପ୍ରଦେଶର ରୀବାର ସୋହାଗୀ ପାହାଡ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୩୦ ନମ୍ବର ଜାତୀୟ ରାଜପଥରେ ଖରାପ ହୋଇଥିବା କଣ୍ଟେନରକୁ ମେକାନିକ୍ ସଜାଡିବା ସମୟରେ ଦୁର୍ଘଟଣା ଘଟିଛି । ସେହି ସମୟରେ ବ୍ରେକ ଫେଲ୍ ହୋଇଯିବାରୁ ଟ୍ରକଟି କଣ୍ଟେନରକୁ ଧକ୍କା ଦେଇଥିଲା । ଫଳରେ ୩ ମେକାନିକ୍ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୨ ଜଣ ଆହତ ହୋଇଛନ୍ତି । ସୋହାଗୀ ଥାନା ପୁଲିସ କହିବାନୁଯାୟୀ, ଦୁର୍ଘଟଣା ପ୍ରାୟ ଭୋର ପ୍ରାୟ ୪ଟାରେ ହୋଇଥିଲା । ସେହି ସମୟରେ ସତନାର ପାଞ୍ଚ ମେକାନିକ୍ ରାସ୍ତା କଡରେ କଣ୍ଟେନର ସଜାଡୁ ଥିଲେ । ସେହି ସମୟରେ କଣ୍ଟେନରକୁ ଟ୍ରକଟି ଧକ୍କା ଦେଇଥିଲା । ଆହତଙ୍କୁ ଚିିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି । ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେହି ରାସ୍ତା ଉତ୍ତରପ୍ରଦେଶରକୁ ଯୋଡୁ ଥିବା ମୁଖ୍ୟ ରାସ୍ତା । ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।