ୱାଶିଂଟନ: ମାଇକ୍ରୋସଫ୍ଟ ଓ ଆମାଜନ୍ ଭଳି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କମ୍ପାନୀ ଆଗାମୀ ଦିନରେ ସହସ୍ରାଧିକ କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ଜଣାପଡିଛି । ମାଇକ୍ରୋସଫ୍ଟ ୨୦୨୩-୨୪ ଆର୍ôଥକବର୍ଷର ତୃତୀୟ ତ୍ରୈମାସିକ ସୁଦ୍ଧା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିସାରିଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଦେଖାଦେଇଥିବାରୁ ଛଟେ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ ବୋଲି କମ୍ପାନୀ ପକ୍ଷରୁ କାରଣ ଦର୍ଶାଯାଇଛି । କର୍ମଚାରୀ ଛଟେଇ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଗଲେ କମ୍ପାନୀ ଉପରେ ୧.୨ ବିଲିୟନ ଡଲାର ଆର୍ôଥକ ବୋଝ ପଡିବା ସହ ଏହାର ସେୟାର (ଅଂଶଧନ) ମୂଲ୍ୟ ୧୨ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ରହିଛି । ମାଇକ୍ରୋସଫ୍ଟ ଗତବର୍ଷ ଅଳ୍ପସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଥିଲା । ବର୍ତ୍ତମାନ କମ୍ପ୍ୟୁଟର ମାର୍କେଟରେ ମାଇକ୍ରୋସଫ୍ଟ୍ର ସେଭଳି ଚାହିଦା ନଥିବାରୁ କମ୍ପାନୀ ଅଧିକ କ୍ଷତି ସହିବାକୁ ଉଚିତ ମଣୁନାହିଁ । ବର୍ତ୍ତମାନ ମାଇକ୍ରୋସଫ୍ଟରେ ୨,୨୧,୦୦୦ ଫୁଲ୍ଟାଇମ୍ କର୍ମଚାରୀ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୧,୨୨,୦୦୦ ଆମେରିକାରେ ଏବଂ ଅବଶିଷ୍ଟ ୯୯ ହଜାର ଅନ୍ୟ ରାଷ୍ଟ୍ରରେ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ଆମାଜନ୍ ମୋଟ ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିସାରିଛି । ଗତବର୍ଷରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ବର୍ତ୍ତମାନ ଆମାଜନରେମୋଟ ୩.୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।