ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଯେ କେବଳ ସାଧାରଣ ନାଗରିକ, ପ୍ରବାସୀ ଓ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି ତା ନୁହେଁ; ଏହାର ପ୍ରଭାବ ପ୍ରବାସୀ ପକ୍ଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶୀତ ଋତୁରେ ଦେଶକୁ ଆସିଥିବା ତମାମ୍ ବିଦେଶାଗତ ପକ୍ଷୀ ଗୃହକୁ ଫେରିଛନ୍ତି । ମାତ୍ର ୟୁକ୍ରେନ୍ରେ ଯୁଦ୍ଧର ପ୍ରଭାବରୁ ବାୟୁ ପ୍ରଦୂଷଣ ଓ ରେଡିଏସନ୍ର ବିପଦ ବୃଦ୍ଧି ପାଇଥିବାରୁ ସେମାନେ ରାସ୍ତା ଭୁଲିଯିବା ସହିତ ପରସ୍ପର ମଧ୍ୟରେ ଲଢ଼ାଇ ଓ ଝଗଡ଼ା କରିବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ ଯେ ୟୁକ୍ରେନ୍ ନିକଟସ୍ଥ ତିନୋଟି ରୁଟ୍ ଦେଇ ପକ୍ଷୀମାନେ ଏସିଆନ୍ ଫ୍ଲାଇ-ୱେର ମାଇଗ୍ରେସନ୍ ରୁଟ୍ ଜରିଆରେ ଭାରତକୁ ଆସିଥିବା ହଜାର ହଜାର ସଂଖ୍ୟକ ପ୍ରବାସୀ ପକ୍ଷୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏପରିସ୍ଥିତିରେ ଯୁଦ୍ଧରୁ ଉତ୍ପନ୍ନ ହୋଇଥିବା ରେଡଏସନ୍ ଯୋଗୁଁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି । ପକ୍ଷୀ ବିଶେଷଜ୍ଞଙ୍କ ଅନୁସାରେ ରେଡିଏସନ୍ ଯୋଗୁଁ ପକ୍ଷୀଙ୍କ ଚକ୍ଷୁରେ ଥିବା ପ୍ରୋଟିନ୍ ଫ୍ରାଇ ଯାହା ନେଭିଗେସନ୍ରେ ସାହାଯ୍ୟ କରିଥାଏ; ଏହାକୁ ଖରାପ୍ କରିଦେଇଥାଏ । ଫଳରେ ସେମାନଙ୍କୁ ଉଡ଼ିବାରେ ଓ ମାର୍ଗ ଚିହ୍ନଟ କରିବାରେ ଅସୁବିଧା ହୋଇଥାଏ । ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ଅନୁସାରେ ଚଳିତ ବର୍ଷ ଭାରତକୁ ପାଖାପାଖି ୯୧୨ ପ୍ରଜାତିର ପକ୍ଷୀ ଭାରତ ଆସିଛନ୍ତି । ଏହି ପ୍ରଜାତିଙ୍କ ମଧ୍ୟରୁ ୭୮ ପ୍ରଜାତିର ପକ୍ଷୀମାନେ ସଂକଟଗ୍ରସ୍ତ ହୋଇଥିବା ବେଳେ ୨୧୨ ପ୍ରଜାତିର ପକ୍ଷୀ ବିପଦରେ ଅଛନ୍ତି । ପକ୍ଷୀ ବିଶେଷଜ୍ଞଙ୍କ ମତରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ସେଠାକାର ପରିବେଶ ପକ୍ଷୀଙ୍କ ପାଇଁ ବିପଦଶଙ୍କୁଳ ରହିଛି । ଏହି ପକ୍ଷୀମାନଙ୍କ ମଧ୍ୟରେ ଅଧିକାଂଶ ଜଳପକ୍ଷୀ ଥାନ୍ତି । ପକ୍ଷୀମାନେ ସ୍ୱଦେଶକୁ ଫେରୁଥିବା ତିନି ରୁଟ୍ ୟୁକ୍ରେନ୍ର ନିକଟ ଦେଇ ରହିଛି । ଯେଉଁଠି ଭୀଷଣ ଯୁଦ୍ଧ ଜାରିରହିଛି । ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ରେଡିଏସନ୍ର ବିପଦ ପକ୍ଷୀମାନଙ୍କ ଜୀବନକୁ ବିପଦପୂର୍ଣ୍ଣ କରିଛି ।