17.1 C
Bhubaneswar
Tuesday, November 26, 2024
Homeଅପରାଧଆତ୍ମହତ୍ୟା ମାମଲାରେ ଏହି ରାଜ୍ୟ ଏକ ନମ୍ବର

ଆତ୍ମହତ୍ୟା ମାମଲାରେ ଏହି ରାଜ୍ୟ ଏକ ନମ୍ବର

ନୂଆଦିଲ୍ଲୀ: ଭାରତରେ ଆତ୍ମହତ୍ୟା ମାମଲାରେ ପ୍ରତି ବର୍ଷ ବଢିବାରେ ଲାଗିଛି । ଏନସିଆରବିର ତାଜା ରିପୋର୍ଟ ଏଭଳି ସୂଚନା ଦେଇଛି । ଭାରତରେ ୨୦୨୧ ରେ ମୋଟ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଛନ୍ତି । ଏହି ସଂଖ୍ୟା ୨୦୨୦ ରେ ୧,୫୩,୦୫୨ ଥିଲା । ଏହି ରିପୋର୍ଟ ଅନୁସାରେ, ଆତ୍ମହତ୍ୟା ମାମଲା ୨୦୨୧ ରେ ୨୦୨୦ ତୁଳନାରେ ୭.୨ ପ୍ରତିଶତରେ ବୃଦ୍ଧି ଘଟିଛି । ସେଭଳି ଚଳିତ ବର୍ଷ ଆତ୍ମହତ୍ୟାର ଦରରେ ୬.୨ ପ୍ରତିଶତ ବୃଦ୍ଧି ହୋଇଛି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍‌ସିଆରବି)ର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ଏହାପରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ ମଧ୍ୟ ପ୍ରଦେଶ ରହିଛି । ରିପୋର୍ଟ ଅନୁସାରେ, ୨୦୨୧ ରେ ସାରା ଦେଶରେ ୧,୬୪୦୩୩ ଲୋକ ଆତ୍ମହତ୍ୟା କରିଥିଲେ । ସେଥିରେ ୨୨,୨୦୭ ଜଣ ମହାରାଷ୍ଟ୍ର ଓ ୧୮,୯୨୫ ଲୋକ ତାମିଲନାଡୁର ଥିଲେ । ଏହି ରିପୋର୍ଟରେ କୁହାଯାଇଛି ୨୦୨୧ ରେ ମହାରାଷ୍ଟ୍ରରେ ୨୨,୨୦୭ ସବୁଠାରୁ ଅଧିକ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି ।

ଏହାପରେ ତାମିଲନାଡୁରେ ୧୮,୯୨୫ ଆତ୍ମହତ୍ୟା, ମଧ୍ୟ ପ୍ରଦେଶରେ ୧୪,୯୬୫, ପଶ୍ଚିମବଙ୍ଗରେ ୧୩,୫୦୦, ଓ କର୍ଣ୍ଣାଟକରେ ୧୩,୦୫୬ ଆତ୍ମହତ୍ୟା ମାମଲା ସାମନାକୁ ଆସିଛି । ଏହି ସଂଖ୍ୟା ମୋଟ ଆତ୍ମହତ୍ୟା ମାମଲାର କ୍ରମଶଃ ୧୩.୫ପ୍ରତିଶତ, ୧୧.୫ ପ୍ରତିଶତ, ୯.୧ ପ୍ରତିଶତ, ୮.୨ ପ୍ରତିଶତ ଓ ୮ ପ୍ରତିଶତ ରହିଛି । ଏନସିଆରବି ନିଜର ରିପୋର୍ଟରେ କହିଛି, କେବଳ ଏହି ୫ଟି ରାଜ୍ୟରେ ସାରା ଦେଶରେ ହୋଇଥିବା ଆତ୍ମହତ୍ୟା ମାମଲାର ୫୦.୪ ପ୍ରତିଶତ ମାମଲା ରୁଜୁ କରାଯାଇଛି । ଶେଷରେ ୪୯.୬ ପ୍ରତିଶତ ମାମଲା ଅନ୍ୟ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ରାଜ୍ୟରେ ରୁଜୁ କରାଯାଇଛି ।ସେଭଳି ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତର ପ୍ରଦେଶରେ ଆତ୍ମହତ୍ୟା ମାମଲା ମାତ୍ର ୩.୬ ପ୍ରତିଶତ ରହିଛି । ୟୁପିରେ ଦେଶର ଜନସଂଖ୍ୟା ୧୬.୯ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking