ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ବିରାଟ କୋହଲି ଏବଂ ରୋହିତ ଶର୍ମା ନିଜ ଟାଲେଣ୍ଟ ବଳରେ କୋଟି କୋଟି କ୍ରୀଡାପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଇଣ୍ଟରନେସନାଲ କ୍ରିକେଟରେ ଏହି ଖେଳାଳିଙ୍କ ନାଁରେ ବଡ ବଡ ରେକର୍ଡ ଲେଖା ହୋଇ ରହିଛି । କିନ୍ତୁ ଏମାନଙ୍କୁ ଖୁବ ପଛରେ ପକାଇଛନ୍ତି ଆଉ ଜଣେ ଭାରତୀୟ ଖେଳାଳି । ଭାରତରେ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ବ୍ୟକ୍ତିଙ୍କ ଲିଷ୍ଟ ଜାରି କରିଛି ଗୁଗଲ । ଯେଉଁଥିରେ ଏହି ଦୁଇ ଷ୍ଯାର ପ୍ଲେୟରଙ୍କୁ ଅତିକ୍ରମ କରି ଯାଇଛନ୍ତି ଆଉ ଜଣେ କ୍ରିକେଟର ।
୨୦୨୨ରେ ସବୁଠାରୁ ଅଦିକ ସର୍ଚ୍ଚ ହୋଇଥିବା ଖେଳାଳିଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ପ୍ରବୀଣ ତାମ୍ବେ । ଚଳିତ ବର୍ଷ ପ୍ରବୀଣ ଆଇପିଏଲ କିମ୍ବା କୌଣସି ଇଣ୍ଟରନେସନାଲ ମ୍ୟାଚ ମଧ୍ୟ ଖେଳି ନାହାନ୍ତି । ଏହାପରେ ମଧ୍ୟ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ଖେଳାଳି ପାଲଟି ଯାଇଛନ୍ତି ପ୍ରବୀଣ । ଏହାର ପ୍ରକୃତ କାରଣ ହେଉଛି ତାଙ୍କ ଆତ୍ମଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ସିନେମା ‘କୌନ ପ୍ରବୀଣ ତାମ୍ବେ’ । ଗତ ଏପ୍ରିଲ ୧ ତାରିଖରେ ଡିଜନୀ ପ୍ଲସ ହଟଷ୍ଟାରରେ ଏହି ସିନେମା ରିଲିଜ ହୋଇଛି । ବଲିଉଡ ଷ୍ଟାର ଶ୍ରେୟସ ତାଲପଡେ ପ୍ରବୀଣଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ପାଖରେ ପହଞ୍ଚି ପାରିଛନ୍ତି ।
ଏହା ବ୍ୟତୀତ ତାମ୍ବେ ଟ୍ଵିଟରରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଲୋକଙ୍କ ତାଲିକାରେ ଶୀର୍ଷରେ ଅଛନ୍ତି। ସେ ଭାରତରେ ମୋଟ୍ ୯ମ ସର୍ବାଧିକ ସର୍ଚ୍ଚ କରାଯାଇଥିବା ବ୍ୟକ୍ତି ଅଟନ୍ତି। ପ୍ରବୀଣ ତାମ୍ବେଙ୍କ କ୍ରିକେଟ୍ ଯାତ୍ରା ବେଶ ପ୍ରେରଣାଦାୟୀ ରହିଛି। ସେ ନିଜ ଜୀବନରେ କୌଣସି ବି ସ୍ତରରେ ଗୋଟିଏ ହେଲେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ନଥିଲେ ଯେ ପର୍ୟ୍ୟନ୍ତ ୪୧ ବର୍ଷ ବୟସରେ ତାଙ୍କୁ ୨୦୧୩ରେ ରାଜସ୍ଥାନ ରୟାଲ୍ସ ଆଇପିଏଲରେ ଖେଳିବାରେ ସୁଯୋଗ ଦେଇନଥିଲା।