28.1 C
Bhubaneswar
Wednesday, July 3, 2024
Homeଦେଶ ବିଦେଶଝିଅଙ୍କ ପାଇଁ ନୂଆ ଯୋଜନା ଆଣିଲେ ଏହି ସରକାର

ଝିଅଙ୍କ ପାଇଁ ନୂଆ ଯୋଜନା ଆଣିଲେ ଏହି ସରକାର

ଲକ୍ଷ୍ନୌ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସମାଜରେ ମହିଳାମାନଙ୍କ ଆର୍ôଥକ ସ୍ଥିତି କିପରି ସୁଦୃଢ଼ ରହିପାରିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି ସରକାର । ବର୍ତ୍ତମାନ ସମୟରେ କୁନିକୁନି ଝିଅଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଯେଉଁ ଯୋଜନା ମାଧ୍ୟମରେ ଝିଅମାନେ ଟଙ୍କା ପାଇପାରିବେ । ଝିଅଟିଏ ଜନ୍ମନେବା ପରେ ସରକାରଙ୍କ ପକ୍ଷରୁ ବିଶେଷ ସୁବିଧା ଯୋଗାଇ ଦିଆଯାଉଛି । ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବଶେଷ ଖୁସି । ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ମଧ୍ୟମରେ ଝିଅମାନଙ୍କୁ ଅନେକ ସୁବିଧା ମିଳିବ ।

ଉତ୍ତର ପ୍ରଦେଶର ଯୋଗୀ ସରକାର ଏହି ଯୋଜନାକୁ ଚାଲୁ ରଖିଛନ୍ତି । ରାଜ୍ୟରେ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଏହି ଯୋଜନା ଚାଲୁରହିଛି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିୟମ ଅନୁସାରେ ଗରୀବ ଶ୍ରେଣୀର ଲୋକମାନେ ଏଥିପାଇଁ ଆବେଦନ କରିପାରିବେ । ସୂଚନା ମୁତାବକ ଯୋଗୀ ସରକାରଙ୍କ ପକ୍ଷରୁ ଗରୀବ ଶ୍ରେଣୀର କୁନି କୁନି ଝିଅଙ୍କ ପାଇଁ ଏହି ଯୋଜନା କରାଯାଇଛି । ଝିଅଙ୍କ ନାଁରେ ଯୋଗୀ ସରକାର ପ୍ରଥମେ ୫୦ ହଜାର ଟଙ୍କାର ବଣ୍ଡ୍ ପ୍ରଦାନ କରିଥା’ନ୍ତି । ଯାହାକି ୨୧ ବର୍ଷ ପରେ ଏହି ବଣ୍ଡ୍‌ର ମେଚ୍ୟୁରିଟି ହୋଇଥାଏ । ମେଚ୍ୟୁରିଟି ହେବା ପରେ ଏହା ୨ଲକ୍ଷ ଟଙ୍କାରେ ପହଞ୍ଚିଥାଏ । ଖାଲି ସେତିକି ନୁହେଁ ଝିଅଟିକୁ ଜନ୍ମ ଦେଇଥିବା ମା’ଙ୍କୁ ମଧ୍ୟ ପ୍ରସବ ପରେ ୫,୧୦୦ଟଙ୍କା ପ୍ରଦାନ କରିଥା’ନ୍ତି ସରକାର । ଝିଅଟି ଧୀରେ ଧୀରେ ବଢ଼ିବା ପରେ ତାର ପାଠପଢ଼ା ପାଇଁ ସରକାର ମଧ୍ୟ ଆର୍ôଥକ ରାଶି ପ୍ରଦାନ କରିଥାଆନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking