28.1 C
Bhubaneswar
Saturday, December 28, 2024
Homeଦେଶ ବିଦେଶଜୀବନ ହାରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ; ଉତ୍ତରାଖଣ୍ଡ ଖଣି ବିପର୍ଯ୍ୟୟରୁ ୪୧ଜଣଙ୍କ ଜୀବନ ବଞ୍ଚାଇଥିବା...

ଜୀବନ ହାରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ; ଉତ୍ତରାଖଣ୍ଡ ଖଣି ବିପର୍ଯ୍ୟୟରୁ ୪୧ଜଣଙ୍କ ଜୀବନ ବଞ୍ଚାଇଥିବା ଜଣେ ହିରୋ’ଙ୍କ କୋହଭରା ବୟାନ୍‌

ନୁୂଆଦିଲ୍ଲୀ: ଦିଲ୍ଲୀ ଡେଭଲପ୍‌ମେଣ୍ଟ ଅଥରିଟି (ଡିଡିଏ) ପକ୍ଷରୁ ଦିଲ୍ଲୀର କେତେକ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରସୋରରେ ଜାରି ରହିଛି । ତେବେ ଗୁରୁବାର ଡିଡିଏ ପକ୍ଷରୁ କେତେକ ଘର ଭଙ୍ଗାଯାଇଥିବା ବେଳେ ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଭିଡିଓରେ ବକିଲ ହାସନ୍ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ କାନ୍ଦି କାନ୍ଦି କିଛି କହୁଥିବାର ଦେଖିବାକୁ ମିଳିଛି । ବକିଲ କହିଛନ୍ତି ଆଜି ବାସ୍ତବରେ ତାଙ୍କୁ ତାଙ୍କ ପୁରସ୍କାର ମିଳିଯାଇଛି । ନିଜ ଜୀବନକୁ ବିପନ୍ନ କରି ଉତ୍ତରାଖଣ୍ଡ ଖଣି ମଧ୍ୟରୁ ୪୧ଜଣଙ୍କୁ ସୁରକ୍ଷିତ ବଞ୍ଚାଇବା କାର୍ଯ୍ୟ କରିଥିଲି, ସେଥିପାଇଁ ରାଜ୍ୟ ସରକାର ମୋ’ ଘରଦ୍ୱାରକୁ ଭାଙ୍ଗି ଏପ୍ରକାର ପୁରସ୍କାର ଦେଇଛନ୍ତି । ଏହାଠାରୁ ବଡ ପୁରସ୍କାର ଆଉ କ’ଣ ହୋଇପାରେ? ଏବେ ମୋ ପାଖରେ କେବଳ ଗୋଟିଏ ରାସ୍ତା ଅଛି । ତାହା ହେଉଛି ନିଜ ପିଲାଛୁଆଙ୍କ ସହ ଆତ୍ମହତ୍ୟା କରିବା ।

ଜୀବନ ହାରିବା ଛଡା ଆମ ପାଖରେ ଆଉ କୋøଣସି ବିକଳ୍ପ ନାହିଁ । ଅନ୍ୟପକ୍ଷେ ବକିଲ ଏବଂ ଉକ୍ତ ଅଞ୍ଚଳରେ ଯେଉଁମାନଙ୍କ ଘର ଭଙ୍ଗାଯାଇଛି ସେମାନେ ସମସ୍ତେ ଅଭିଯୋଗ କରିଛନ୍ତି ଯେ, ଘରଭଙ୍ଗା ପୂର୍ବରୁ ସେମାନଙ୍କୁ ଆଗୁଆ କୌଣସି ନୋଟିସ୍ ଦିଆଯାଇନଥିଲା । ଆଜି ସକାଳୁ ଏଠାରେ ଆକସ୍ମିକ ଭାବେ ଘର ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ଡିଡିଏ କହିଛି, ପୂର୍ବରୁ ନୋଟିସ୍ ଜାରି କରାଯାଇ ସମୟ ଦିଆଯାଇଥିଲା । କିନ୍ତୁ କେହି ଘର ଖାଲି କରିନଥିଲେ ।

ରିପୋର୍ଟ ଅନୁସାରେ ବକିଲ୍ ହସନ୍ ଜଣେ ର‌୍ୟାଟ୍ ହୋଲ୍ ମାଇନର ଭାବେ ପରିଚିତ । ଖଣି ତଥା ମାଟିତଳୁ ଉଦ୍ଧାରକାରୀ ଟିମ୍‌ର ସେ ଜଣେ ସଦସ୍ୟ ଭାବେ କାମ କରିଆସୁଛନ୍ତି । ଏହି କାମରେ ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟ ତାଙ୍କର ରହିଛି । ତେବେ ସେ ଦିଲ୍ଲୀର ଖଜୁରିଖାସ ଅଞ୍ଚଳରେ ଦୀର୍ଘଦିନ ଧରି ଏଠାରେ ଘର ନିର୍ମାଣ କରି ନିଜ ପରିବାର ସହ ରହିଆସୁଥିଲେ । ଯେତେବେଳେ ଉତ୍ତରାଖଣ୍ଡର ସିଲ୍କୟାରା ଟନେଲ ବିପର୍ଯ୍ୟୟ ଘଟିଥିଲା, ସେତେବେଳେ ତାଙ୍କୁ ଖୋଜାଯାଇଥିଲା । ସେ ମଧ୍ୟ ଦେଶର ଜଣେ ସଚ୍ଚୋଟ ନାଗରିକ ଭାବେ ନିଜ ଟିମ୍‌ର ଅନ୍ୟ ସଦସ୍ୟଙ୍କ ଏହି କାର୍ଯ୍ୟରେ ଲାଗିପଡିଥିଲେ ।

ଦୀର୍ଘ ୧୭ ଦିନର ପରିଶ୍ରମ ପରେ ଟନେଲ୍ ମଧ୍ୟରୁ ୪୧ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସମଗ୍ର ଦେଶରୁ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏହି ସମୟରେ ଦିଲ୍ଲୀ ସରକାର ଏବଂ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ତାଙ୍କୁ ହିରୋ’ର ଆଖ୍ୟା ଦିଆଯାଇଥିଲା । ପରେ ନିଜ ଅଞ୍ଚଳର ପ୍ରଶାସନକୁ ସେ ନିଜ ଘରର ସ୍ଥିତାବସ୍ଥା ସମ୍ପର୍କରେ ଜଣାଇଥିଲେ ଏବଂ ଏନେଇ ସୁରକ୍ଷା ପ୍ରତିଶ୍ରୁତି ଲୋଡିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଆଶ୍ୱସ୍ତ କରାଯାଇଥିଲା । କିନ୍ତୁ ଆଜି ଉଚ୍ଛେଦ ପ୍ରକ୍ର୍ରିୟା କରାଯାଇଥିବା ବେଳେ ତାଙ୍କ ଘରକୁ ମଧ୍ୟ ଭାଙ୍ଗିଦିଆଯାଇଛି । ଏସମ୍ପର୍କରେ ଭିଡିଓ ଭାଇରାଲ୍ ହେବା ପରେ ଏବେ ଡିଡିଏକୁ ଚାରିଆଡୁ ସମାଲୋଚନା କରାଯାଉଛି । ଅନ୍ୟପକ୍ଷେ ବକିଲ ଯେଉଁ ଇଞ୍ଜିନିୟରିଂ କମ୍ପାନୀ ପାଇଁ ଏହି କାମ କରିଆସୁଛନ୍ତି ଉକ୍ତ କମ୍ପାନୀ ଏବଂ କମ୍ପାନୀର ବାକି ସଦସ୍ୟମାନେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଆଜି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking