25.1 C
Bhubaneswar
Tuesday, April 29, 2025
Homeଓଡିଶାରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା

ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା

ଭୁବନେଶ୍ୱର: ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା । ମୋବାଇଲ୍ ସେବାର ଲାଭ ଉଠାଇ ପାରୁନାହାଁନ୍ତି ରାଜ୍ୟର ଅଢ଼େଇ ହଜାରରୁ ଅଧିକ ଗ୍ରାମର ଗ୍ରାମବାସୀ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ୟ୍ୟନ୍ତ ୫୧ ହଜାର ୧୭୬ ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ । ତେବେ ଏହି ସବୁ ଗ୍ରାମକୁ ମୋବାଇଲ ସେବା ଯୋଗେଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାଓ୍ୱାର ସ୍ଥାପାନ କରିବାର ପ୍ରସ୍ତାବ ରହିଛି । ଏହା ମଧ୍ୟରୁ ୨୫୭୨ଟି ଟାଓ୍ୱାର କାର୍ୟ୍ୟକ୍ଷମ ହୋଇସାରିଛି । ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାଓ୍ୱାରକୁ କାର୍ୟ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking