28.1 C
Bhubaneswar
Friday, November 22, 2024
Homeଓଡିଶାପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗ୍ରାମସଭା ବସିବାର ନିୟମ ରହିଛି

ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗ୍ରାମସଭା ବସିବାର ନିୟମ ରହିଛି

ଭୁବନେଶ୍ୱର : ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଗ୍ରାମସଭା ବସି ନିଷ୍ପତ୍ତି ନେବାର ନିମୟ ରହିଛି । ପ୍ରତି ପଞ୍ଚାୟତରେ ବର୍ଷକୁ ଦୁଇଥର ଗ୍ରାମସଭା ହୋଇଥାଏ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ପଞ୍ଚାୟତରେ ଗ୍ରାମସଭା ବସିବା ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ ପ୍ରତି ପଞ୍ଚାୟତରେ ବାର୍ଷିକ ଓ ଅର୍ଦ୍ଧବାର୍ଷିକ ଆକାରରେ ବର୍ଷକୁ ଦୁଇଥର ଯଥା ଫେବୃୟାରୀ ଓ ଜୁନ୍‍ ମାସରେ ଗାମସଭା ବସିଥାଏ । ଏହାବାଦ୍‍ ଗ୍ରାମପଞ୍ଚାୟତ ନିୟମାବଳୀ ୨୦୧୪ ଅନୁସାରେ ବର୍ଷକୁ ଚାରିଥର ଯଥା ଜାନୁୟାରୀ ୨୬, ମଇ ୧, ଅଗଷ୍ଟ ୧୫ ଓ ଅକ୍ଟୋବର ୨ତାରିଖରେ ଗ୍ରାମସଭା ବସିବାର ନିୟମ ରହିଛି । ଝାରସୁଗୁଡା ଜିଲ୍ଲାରେ ମୋଟ୍‍ ୭୮ଟି ପଞ୍ଚାୟତ ରହିଛି ଏବଂ ଝାରସୁଗୁଡା ଜିଲ୍ଲା ଅର୍ନ୍ତଗତ ସମସ୍ତ ଗ୍ରାମ ପଞ୍ଚାୟତରେ ନିମୟିତ ଭାବରେ ଗ୍ରାମସଭା ବୈଠକ ବସୁଥିବା ମନ୍ତ୍ରୀ ଶ୍ରୀ ନାଏକ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking