27.1 C
Bhubaneswar
Saturday, June 22, 2024
Homeଅପରାଧଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡ଼ିହ ସାହିରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଅଚ୍ୟୁତାନନ୍ଦ ନାଥ। ଅଚ୍ୟୁତାନନ୍ଦ ଗତକାଲି ଗାଧୋଇ ଘରକୁ ଫେରୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଠେଙ୍ଗାରେ ପିଟି ପିଟି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମୃତ ଅଚ୍ୟୁତାନନ୍ଦ ନାଥଙ୍କ ବଡ଼ ଭାଇ ନିରାକାର ନାଥ କହିଛନ୍ତି ଯେ ଜମିବାଡ଼ିକୁ କେନ୍ଦ୍ର କରି ତାଙ୍କର (ଅଚ୍ୟୁତାନନ୍ଦ ନାଥଙ୍କର) ଦୁଇ ତିନୋଟି ପରିବାର ସହିତ ଶତ୍ରୁତା ଥିଲା। ସେମାନେ ପୂର୍ବରୁ ମଧ୍ୟ ତାଙ୍କ ଭାଇଙ୍କୁ ପିଟି ଥିଲେ। ଗତକାଲି ସେ ଗାଧୋଇ ଘରକୁ ଆସୁଥିବା ବେଳେ ତ୍ରିନାଥ ନାଥ, ତାଙ୍କ ପୁଅ ସୁମନ୍ତ ନାଥ ଓ ସୁମନ୍ତ ପତ୍ନୀ ମାମି ନାଥ ତାଙ୍କୁ ଠେଙ୍ଗାରେ ପିଟିଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲଗିଥିଲା ଓ ସେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking