ଖୋର୍ଦ୍ଧା : ଖୋର୍ଦ୍ଧା ସହର ଉପକଣ୍ଠ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବରୁଣେଇ ଛକ ନିକଟରେ ଥିବା ବଧା ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ଜଣକ ହେଉଛନ୍ତି ଖୋର୍ଦ୍ଧା ପୌରପରିଷଦ ମୁକୁନ୍ଦପ୍ରସାଦ ପୋଡା ସାହିର ମାଗୁଣି ପଳେଇଙ୍କ ପୁଅ ଶିବ ପ୍ରସାଦ ପଲେଇ (୩୦) ।ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ମୃତ ଯୁବକ ଜଣକ ଅନ୍ୟ ସାଥି ମାନଙ୍କ ସହିତ ପୋଖରୀରେ ଗାଧୋଇଇବା ସମୟରେ ଅସା୍ୱଧନତା କାରଣରୁ ବୁଡି ଯାଇଥିଲେ । ପରେ ଆଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କରି ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ ମଧ୍ୟ ସେଠାରେ ଥିବା ଡାକ୍ତର ମୃତ ଘୋଷଣା କରିଥିଲେ ।
ଶିଳ୍ପାଞ୍ଚଳ ଫାଣ୍ଡି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବାର ତଦନ୍ତକାରି ଅଧିକାରୀ ବୁଲୁ ସେଠୀଙ୍କ ସୁତ୍ରରୁ ପ୍ରକାଶ ।ଦୁଃଖଦ ଖବର ପାଇ ପୌରାଧକ୍ଷାଙ୍କ ସ୍ୱାମୀ ସୁବ୍ରତ ମହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କ ମୃତ୍ୟୁକୁ ନେଇ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।କାଉନସିଲର ଶୁଭ ମହାରଣା ,ଜିତେନ୍ଦ୍ର ବେହେରା, ନଗଭୂଷଣ ଜେନାଙ୍କ ସମେତ ସ୍ଥାନୀୟ ବହୁ ବ୍ୟକ୍ତି ଯୁବକଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।